STORYMIRROR

Ashok Kumar Pradhan

Abstract

2  

Ashok Kumar Pradhan

Abstract

ନେପଥ୍ୟେ ନାରୀ

ନେପଥ୍ୟେ ନାରୀ

1 min
179

ତମେ ଅସାଧାରଣ

ଅପରୂପା ସୁନ୍ଦର

ସୃଷ୍ଟିର ନିଖୁଣ କାରିଗର ର

ନିହଣ ମୁନରେ

ସଜୀବ ପ୍ରତିମାର ଆଭରଣ


ଜନନୀ ହୋଇ ଜନ୍ମ ଦେଇଛ,

ଅଳିଅର୍ଦ୍ଦଳି ସହି

ଦୁଃଖ କଷ୍ଟକୁ ବହି

ମୋର ମଙ୍ଗଳପ୍ରାସୁ

ମାତୃତ୍ବର ଅମୃତ ଢାଳି ଦେଇଛ


ଭଗିନୀ ହୋଇ ମୋତେ

ସ୍ନେହ ଦେଇଛ,

କଲିଗୋଲ ଝଗଡ଼ାଝାଟି

ଅବା ମାଡପିଟ

ମୋ ଅନୁପସ୍ଥିତିରେ

କେତେ ଖୋଜିଛ


ଜlୟl ରୂପେ କେବେ

ଅଙ୍କ ଶାୟିତ ହୋଇ

ସଂସାର ଗଢିବାକୁ

ଅନାୟାସରେ ଅବୟବକୁ

ସମର୍ପି ଦେଇ,

ବଡ ଦୟା କରିଛ


ନାରୀ ଠାରୁ ଜାତି ଜନ୍ମେ

ତ୍ୟାଗ ତୀତିକ୍ଷାର ବଳେ,

ଭୋଗ ଲିପ୍ସୁ ମନ

ଭ୍ରମେ ଅନ୍ତରାଳେ

କି ଅବସ୍ଥା ଏ ଜାତିର

ତୁମ ପ୍ରତି ଅନ୍ଯାୟ ଅତ୍ଯାଚାର ବଢେ


ତୁମେ ଆଦ୍ୟାଶକ୍ତି,

ଭକ୍ତି ଗତି ମୁକ୍ତି

ତୁମ ବିନା ଏ ସୃଷ୍ଟି,

ଅସମ୍ଭବ ଅବା

ବିନାଶର ପଥେ

ଦୁର୍ବାର ଅଭିସନ୍ଧି


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract