ନଦୀଟିଏ ମୁଁ ନଦୀଟିଏ
ନଦୀଟିଏ ମୁଁ ନଦୀଟିଏ
ଉଚ୍ଚ ପର୍ବତରୁ ଉତ୍ପତ୍ତି ମୋହର
ଝରଣା ମୋହର ନାମ,
ଝରି ଝରି ଯାଏ ଅନେକ ଦୁରକୁ
ସାଗରେ ହୁଏ ସଙ୍ଗମ |
ନଦୀଟିଏ ହୋଇ ଦୂରେ ବହୁ ଦୂରେ
ବଦଳାଏ ଗତିପଥ,
ଜଳ ଭରି ଦେହେ ବହି ଯାଉଥାଏ
ସେବାଦିଏ ଅବିରତ |
ମୁଁ ସିନା ଲାଗେ ଜନ କଲ୍ୟାଣରେ
ଜଳ ମୋ ଅମୃତଧାରା,
ମଣିଷ ବୁଝେନା ମୋ ସେବାର ମୂଲ୍ୟ
ପ୍ରଦୂଷିତ କରେ ପରା |
ମୋ ଜଳ ଧାରାରେ ସୃଷ୍ଟିର ସର୍ଜନା
ନିୟମିତ ଚାଲୁଥାଏ,
କିଏ ଦେବ ମୋର ତ୍ୟାଗର ପାଉଣା
ପାଇବାରେ ସ୍ୱାର୍ଥୀଯିଏ |
ମାଟିଏ ହୋଇ ସେବାରେ ଲାଗଇ
ସଂସାର ମୋର ସନ୍ତାନ,
ମୁଁ ସ୍ଥିତ ଯେଉଁଠି ଜୀବନ ସେଇଠି
ଏଇ ମୋର ସ୍ୱାଭିମାନ |
ଅନୁରୋଧ ମୋର ପ୍ରତି ସନ୍ତାନକୁ
ସ୍ୱଚ୍ଛରଖ ମୋର ଧାରା,
ଅସ୍ତିତ୍ୱ ମୋହର ଥିବାଯାଏ ସ୍ଥିତ
ହେବି ମୁଁ ତୁମ ସାହାରା ।
