Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

ନଡ଼ିଆ

ନଡ଼ିଆ

1 min
193



ଶ୍ରେଷ୍ଠ ଫଳ ଅଟେ ସଂସାରେ ଆହା 

ସମୁଦ୍ର କୂଳରେ ପୋତିଲେ ଠିଆ।୧

ଯିଏ ଦେଇଥାଏ ସ୍ନେହସାରକୁ

ଚର୍ମଟି ଚିକ୍କଣ ହୁଏ ଆଗକୁ।୨

କାର୍ଯ୍ୟ କରିବାକୁ ଯେ'ଶକ୍ତି ଦେବ

ଖାଇ ନାହିଁ ଯଦି ଆସ ଖାଇବ?୩

ଦିଏ ଶୁଦ୍ଧ ପାଣି ଅମୃତ ପରି

ଭିତରଟା ମଧ୍ୟ ଖାଇବ କୋରି।୪ 

ଉଦ୍ଭିଦଜ ଇଏ ପରୀକ୍ଷା କର

ମାଆ ତାରିଣୀଙ୍କ ଭୋଗ ଯାହାର।୫

ଆସ ଘଟଗାଁ'କୁ ଭକ୍ତିର ସହ

ଜଗତ ପାଇଁକି ଗଡାଇ ଲୁହ।୬

ଧର୍ମର ନଈରେ ପ୍ରଗତି ଇଏ

ସେ ପାଇଁ ନଡ଼ିଆ ଖାଅ ସଭିଏଁ।୭

ମଙ୍ଗଳ ହୋଇବ ନିଜ ଦେହର 

ଉପଭୋଗ ପାଇଁ ଦାନ ଈଶ୍ଵର।୮

କିସମ କିସମ ଫଳ ଭିତରେ

ନଡ଼ିଆ ନିଶ୍ଚିତ ଶ୍ରେଷ୍ଠ ଏ ପୁରେ।୯

ବଡ଼ ଉପହାର ଈଶ୍ଵର ଦେଇ

ସେ'ପାଇଁ ଜୁହାର ଘେନ ଗୋସେଇଁ।୧୦

           


Rate this content
Log in

Similar oriya poem from Abstract