STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ନବ ସୂର୍ଯ୍ୟୋଦୟ

ନବ ସୂର୍ଯ୍ୟୋଦୟ

1 min
11.3K

ଘୁଞ୍ଚୁ ଅନ୍ଧକାର, ଅରୁଣ କିରଣେ, 

ଝୁମିଯାଉ କା'ର ସୁପ୍ତ ଅଗଣା

ରାତି ପାହିଯାଉ ପ୍ରଭାତୀ ଗାନରେ, 

ଆଲୋକର ବହୁ ଉଜାଣି ଧାରା।


ଆନନ୍ଦେ କା ଓଠେ ପଡିଯାଉ ଭାଙ୍ଗ, 

ସ୍ମିତ ହାସ୍ୟ ଧାରେ ଝରୁ ସଙ୍ଗୀତ

ବିଷାଦର କ୍ରୁର ଛାୟା ଯାଉ ଉଡ଼ି, 

ମେଣ୍ଟିଯାଉ କାହା ପ୍ରାଣ ତୃଷିତ।


ଜାଗିଉଠୁ ପ୍ରାଣେ ନବ ଉନ୍ମାଦନା, 

ବଞ୍ଚିବାର ଭିନ୍ନ ସଂଜ୍ଞାରେ ମଜ୍ଜି

ସ୍ୱପ୍ନ ସବୁ ଲକ୍ଷ ସ୍ଥଳ ଉପଲକ୍ଷେ, 

ଯାତ୍ରା କରି ନ ଯାଆନ୍ତୁ ହଜି।


ଶୁଭଶଙ୍ଖ ବାଜୁ ଦୁଆରବନ୍ଧରେ, 

କର୍ମଯାନ ଚଢ଼ି ସଂସାର ପଥେ

ପେଟ, ହୃଦ, ଆତ୍ମା ପୁରି ଉଠୁ ସଦା, 

ଚରିତ୍ରବୋଳା ସେ ଜୀଵନ ବ୍ରତେ।


ଆଲୋକିତ ହସ୍ତ ଯେତେ ବଢ଼ିଆସୁ, 

ଅନ୍ଧାରୀ ଚାଳିଆ ଅସ୍ଵଛ ନଭେ

ସହୃଦୟତାର ଉଷ୍ମ ଆଶ୍ବାସନେ, 

ପୁରି ଉଠୁ ଜୀଵ ମାତ୍ରକେ ଭବେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract