STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ନବ ଦିଗନ୍ତ

ନବ ଦିଗନ୍ତ

1 min
197


ଜାଗ କଳିଙ୍ଗ ଉଡ୍ର ଉତ୍କଳ

ମୋ ପ୍ରିୟ କୋଶଳ ଓଡ଼ିଶା ଜାଗ

ପ୍ରଗତି ସୂର୍ଯ୍ୟ ଉଦେ ପୂର୍ବାକାଶେ

 ଦିଶେ ସମୁଜ୍ଜ୍ୱଳ ଦଶଦିଗ।


ଗାଏ ମହୋଦଧି ତୋ ବିଜୟ ଗୀତି

ଉଡ଼େ ପତିତପାବନ ବାନା

ଅପରୂପ ଛନ୍ଦେ ନୃତ୍ୟ ବିଭୋର

ଉଚ୍ଚ ଗିରି ଶିଖ ସବୁଜିମା ।


ତୋ ବନକାନନ ସମ୍ପଦ ପୂର୍ଣ୍ଣ

ଶସ୍ୟ ଶ୍ୟାମଳ ତୋ ସମତଳ

ନଦୀ ଓ ନିର୍ଝରେ ସାଇତା ତୋ ବକ୍ଷେ

ମଧୁର ଜୀବନ ଶୀତଳ ଜଳ ।


ଐତିହ୍ୟ ତୋହର ପୁରାଣ ପ୍ରସିଦ୍ଧ

ସୁ ସଂସ୍କୃତି ଭାଷା ପରମ୍ପରା

ମଧୁର ସୁନ୍ଦର ଅମୃତ ବନ୍ଧନ

 ଲୋକ ଗୀତ ନୃତ୍ୟ ଅପାଶୋରା ।


କାବ୍ୟ କୁସୁମିତ ସୁଷମା ମଣ୍ଡିତ

 ଅପରୂପା ସ୍ନିଗ୍ଧ ଶ୍ରୀସୁରଭିତ

ସାରଳା ଉପେନ୍ଦ୍ର କବି ଗଙ୍ଗାଧର

ଫକିର ମୋହନ ଶ୍ରୀରାଧାନାଥ ।


ଅଷ୍ଟାଦଶ ସ୍କନ୍ଦ ଭାଗବତ ପୋଥି

ପଞ୍ଚସଖା ଦାସ ଜଗନ୍ନାଥ

ପରମ ବୈଷ୍ଣବ ଭକ୍ତି ଜାଗରଣେ

ପୂତ ପୁଣ୍ୟ ଧାମ ଶ୍ରୀ କ୍ଷେତ୍ର ପୀଠ ।


ରତ୍ନ ସିଂହାସନେ ଚତୁର୍ଦ୍ଧାମୂରତି

ବିଜେ ମହାଲକ୍ଷ୍ମୀ ମାଆ ବିମଳା

ଶ୍ରୀ ଦେବୀ ସୁଭଦ୍ରା ଭ୍ରାତା ବଳରାମ

ଶ୍ରୀ ଜଗନ୍ନାଥ ଷୋଳକଳା ।


ଶୈବ ଶାକ୍ତ ସୈ।ର ଚଇତ୍ର ବିହାର

ଶୋହେ ମନ୍ଦିର ସ୍ତୁପ ସମୂହ

ସ୍ୱର୍ଣ ଅକ୍ଷର ରେ ଲେଖା ଇତିହାସ

ବୀର ଖାରବେଳ ମଗଧ ଜୟ ।


ବୀର ଚୋଡ଼ଗଙ୍ଗ କପିଳେନ୍ଦ୍ର ଦେବ

ପୁରୁଷୋତ୍ତମ ଙ୍କ କାଞ୍ଚି ବିଜୟ

ଯବନ ମୋଗଲ ଅରାତି ନାଶନେ

କ୍ଷତ୍ରିୟ ବୀରଙ୍କ ରକତ କ୍ଷୟ ।


ଏ ଜାତି ପରାଣେ ଭରିଛି ଉନ୍ମାଦ

 ମୁକ୍ତି ଜାତିୟତା ମନ୍ତ୍ର ସ୍ୱ।ତନ୍ତ୍ର୍ୟ 

ଧନ୍ୟ ଗୋପବନ୍ଧୁ ଉତ୍କଳରମଣି

ଉତ୍କଳ ଗୈ।ରବ ମଧୁସୂଦନ ।


ଓଁକାରେ ଜୀବନ ସବୁଜ ସୁନ୍ଦର

ସକଳ ଅମୃତ ସୃଷ୍ଟି ତୋ ଦାନ

ଅନୁସରି ପଥ ପୂର୍ବ ସୂରୀଙ୍କର

ହେବା ଆସ କର୍ମ ପରାୟଣ ।


ଉଜ୍ଜ୍ୱଳ ପ୍ରତିଭା ଶିଳ୍ପ ସୁବିକାଶେ

ନୀତି ସୁସଂହତ ସୁବ୍ୟବସ୍ଥିତେ

ପରାଣ ପ୍ରାଚୁର୍ଯ୍ୟେ ଐଶ୍ୱର୍ଯ୍ୟ ଶୀରିରେ

ବିକଶିବ ଖ୍ୟାତି ଦିଗ ଦିଗନ୍ତେ ।


ଜୟ ଜନ୍ମଭୂମି ମହାନ ଓଡ଼ିଶା

ଜୟ ମହାପ୍ରଭୁ ଜଗନ୍ନାଥ

କାୟ ମନୋବାକ୍ୟେ ତୋ ଉନ୍ନତି ସେବା

 ହେଉ ଜୀବନର ଶ୍ରେଷ୍ଠ ବ୍ରତ ।

.......



Rate this content
Log in

Similar oriya poem from Inspirational