Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Others

2  

KRUTIBAS NAYAK

Classics Others

ନବ ବିବାହିତା ପତ୍ନୀକୁ ଚିଠି

ନବ ବିବାହିତା ପତ୍ନୀକୁ ଚିଠି

1 min
30



ଲେଖୁଚି ଏ’ ଚିଠି ଆଜି ତମ ଚିଠି ପାଇକି,

ଚିଠିଲେଖା ଏତେକଥା ଶିଖିଥିଲ କୋଉଠି ? । (ଘୋଷା)

 

ପାଞ୍ଚପଦ ପଚାରିଲେ ପଦେକଥା କୁହନା,

ଘରଲୋକ ଥିଲେ ପୁଣି ମୋତେ ଦେଖା ଦିଅନା ।

ମୋ ଦେହଟା ଭଲନାହିଁ ଯାଅ ମିଛ କହିକି ।

ଲେଖୁଚି ଏ’ ଚିଠି ଆଜି ତମ ଚିଠି ପାଇକି॥୧॥


ଲାଜ ଲାଜହେଇ କୁହ ମୁଁ ତ କିଛି ଜାଣେନା ,

ଜାଣିଗଲି ଆଜି ତମେ କରୁଥିଲ ବାହାନା ।

କୋଉଠୁ ପଢ଼ିଲ ପାଠ କେତେଟଙ୍କା ଦେଇକି ?

ଲେଖୁଚି ଏ’ ଚିଠି ଆଜି ତମ ଚିଠି ପାଇକି॥୨॥


ଗାଆଁ ଛାଡ଼ିଯିବି ନାହିଁ ଦେଖେଇଲ ଚାତର ,

ଏବେ ଚିଠିରୁ ଜାଣିଲି ତୁମେ ହୁଅ ଆତୁର ।

ପୂଜା ଛୁଟିରେ ଆଣିବି ଘରଭଡ଼ା ନେଇକି ।

ଲେଖୁଚି ଏ’ ଚିଠି ଆଜି ତମ ଚିଠି ପାଇକି॥୩॥



Rate this content
Log in

Similar oriya poem from Classics