ନବ ବାର୍ତ୍ତା
ନବ ବାର୍ତ୍ତା
ମାନସରୁ ପୋଛିଦିଅ ଉକ୍ତି
ନାରୀ ଅଟେ ଅବଳା ଦୁର୍ବଳା,
ସୄଷ୍ଟିରେ ସେ ଅନ୍ୟତମ ସ୍ରଷ୍ଟା
ମହୀୟସୀ ନମସ୍ୟା ସବଳା ।
ଚରିତ୍ର ତା ନଥାଏ ଶରୀରେ
ମନ ଆତ୍ମା ଛୁଇଁକରି ଦେଖ,
ମମତ୍ଵ ତା ଦିଗନ୍ତ ବିସ୍ତାରି
ସ୍ନେହ ପ୍ରେମ ଦୟାଭାବ ଶିଖ ।
ଦେହରେ ତା ଭରପୁର ବଳ
ମେରିକମ୍ କେବେ ଲକ୍ଷ୍ମୀବାଇ,
ତେଜସ୍ଵାନ୍ ମସ୍ତିଷ୍କ ତାହାର
ମହାକାଶ ପାରିଛି ସେ ଛୁଇଁ ।
ଚଟୁ ଠାରୁ ଅସ୍ତ୍ର ଧରି ଜାଣେ
ସର୍ବକର୍ମେ ଅଟେ ସେ ନିପୁଣା,
ଶାସନରେ ଶାସ୍ତି ଦେଇପାରେ
ହସି ପୁଣି ଆକଣ୍ଠେ ଗଞ୍ଜଣା ।
ସମୟଟା ଟିକ୍ ଟିକ୍ କରି
ଆଣିଅଛି ଏକ ନବବାର୍ତ୍ତା,
ଅସହାୟା ପୄଷ୍ଠାଟିକୁ ଚିରି
ସ୍ଵୟଂ ସାଜ ଜୀବନ କରତା ।
ଗଢିଦିଅ ସୁରକ୍ଷା ବଳୟ
ନିଜେ ହୁଅ ନିଜର ପ୍ରହରୀ,
ପୁନରାବୃତ୍ତି ନହେଉ ବାକ୍ଯ
ଅବଳା ଦୁର୍ବଳା ଏ ନାରୀ ।