STORYMIRROR

Gitanjali Pujapanda

Classics Others

2  

Gitanjali Pujapanda

Classics Others

ନୌକା

ନୌକା

1 min
114


ମୋ ଜୀବନ ଡଙ୍ଗା ର ତୁମେ ହିଁ ନାବିକ

ଆହେ ପ୍ରଭୂ ଜଗନ୍ନାଥ।

କର ହେ କରୁଣା ନ ହୁଏ ମୁଁ ବାଟବଣା

ହେଉ କୁସୁମିତ ମୋ ପଥ।

ତୁମରି ଆଶ୍ରିତେ ମନ ମୋରସଦା ରହୁ

ଚଳାଇ ନିଅ ନୌକା ହେ କଳା ନାବିକ ।

ଜୀବନ ଯେ ପାଣି ଫୋଟକା ସମାନ

ଦୃଢ଼ ହେଉ ସବୁ ସଂକଲ୍ପ ।

ନୌକା ମୋର ବାହୀ ନିଅ ପ୍ରଭୂ ନ

ହୋଇ ତୁମେ କ୍ଲାନ୍ତ।

ତୁମେ କ୍ଲାନ୍ତ ହୋଇଲେ ଜୀବନ ନୌକା

ବୁଡିଯିବ ଦୁଃଖ ରେ ଜଳ ଯେ ଅକାତ 

ଆହେ ପ୍ରଭୂ ଜଗନ୍ନାଥ ଧରି ନିଅ ମୋ ହାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics