ନୌକା
ନୌକା
ମୋ ଜୀବନ ଡଙ୍ଗା ର ତୁମେ ହିଁ ନାବିକ
ଆହେ ପ୍ରଭୂ ଜଗନ୍ନାଥ।
କର ହେ କରୁଣା ନ ହୁଏ ମୁଁ ବାଟବଣା
ହେଉ କୁସୁମିତ ମୋ ପଥ।
ତୁମରି ଆଶ୍ରିତେ ମନ ମୋରସଦା ରହୁ
ଚଳାଇ ନିଅ ନୌକା ହେ କଳା ନାବିକ ।
ଜୀବନ ଯେ ପାଣି ଫୋଟକା ସମାନ
ଦୃଢ଼ ହେଉ ସବୁ ସଂକଲ୍ପ ।
ନୌକା ମୋର ବାହୀ ନିଅ ପ୍ରଭୂ ନ
ହୋଇ ତୁମେ କ୍ଲାନ୍ତ।
ତୁମେ କ୍ଲାନ୍ତ ହୋଇଲେ ଜୀବନ ନୌକା
ବୁଡିଯିବ ଦୁଃଖ ରେ ଜଳ ଯେ ଅକାତ
ଆହେ ପ୍ରଭୂ ଜଗନ୍ନାଥ ଧରି ନିଅ ମୋ ହାତ।
