STORYMIRROR

Satyanarayan Sahoo

Inspirational

3  

Satyanarayan Sahoo

Inspirational

ନାଉରିଆ

ନାଉରିଆ

1 min
139


ନାଉରୀଆ ସାଜି ନାଆ ଚଳାଉଛି 

ନାଉରୀଟି ଗୀତ ଗାଇ

ନାଆ ଭାସି ଆସି ଦଣ୍ଡକ ଭିତରେ

 ଅନ୍ୟ ପାଖରେ ଲାଗଇ ।


ସାରା ବରଷରେ ସବୁ ସମୟରେ

ଲାଗି ରହି ବେଉସାରେ

ସମସ୍ୟା କି ଅବା ବାଧା ବିଘ୍ନକୁ ସେ

ନ ମାନଇ କେବେ ହେଲେ ।


ନିର୍ଭୟ ମନରେ ଗଭୀର ଜଳରେ

ଆହୁଲା ମାରି ଚଲେଇ

ନେଇ ଯାଉଥାଏ ତାହାର ଡଙ୍ଗାରେ

ଲଗାଇ ଥାଏ ତଲେଇ ।


ଝଡ ବାତ୍ୟା ବଢ଼ି ଆଦି ବହୁ ବିଦ୍ଧ

ବାଧା କାରକ ପ୍ରଭାଵ

ନ ମାନେ ସେ ମନେ କର୍ତ୍ତବ୍ୟ କରମେ

 ଠ।କୁରେ ମନାସି ଶୁଭ ।


ଯାଚନା ପ୍ରାର୍ଥନା କରି ଇଷ୍ଟ ସ୍ମରି

ଚଳାଇ ଗଭୀର ଜଳେ

ଆହ୍ଳାଦ ଅନ୍ତରେ ଜନେ ନିରନ୍ତରେ

ପହଞ୍ଚାଇ ଥାଏ ସ୍ଥଳେ ।


କେବେ କେବେ ନାଆ ଭଉଁରୀରେ ପଡ଼ି

ପୁଣି ଥରେ ପଡେ ଝଡେ

ସବୁଠାରେ ସିଏ ଧୈଯ୍ୟ ଧରି ରହେ

ପ୍ରଭୁ କୃପା ଲାଭ କରେ ।


ଗୀତ ଗାଇ ଗାଇ କୃପା ସେ ମାଗଇ

ଭଜେ ଭଗବାନ ହରି

 ନିଅ ହେ ଉଦ୍ଧରି ସଂସାର ସରିତ

ଆହା କେଡେ ଭୟଙ୍କରୀ ।



Rate this content
Log in

Similar oriya poem from Inspirational