ନାତିର ଅନ୍ନପ୍ରାସାନ୍ନ
ନାତିର ଅନ୍ନପ୍ରାସାନ୍ନ
ଶ୍ରାବଣ ମାସର ବାର ସମବାର ନାତିର ଅନ୍ନପ୍ରସନ୍ନ,
ମାମୁ ଟି ତାହର ଖୁଆଇ ଦେଉଛି
ଶିବଙ୍କ ବାରରେ ଅନ୍ନ।
ସାଜିଛି ନାତିୟା କାହ୍ନା ଟି ଆଜିରେ ଦିଶୁଛୁ ଅତି ସୁନ୍ଦର
ଦେଉଅଛି ମାମୁ ଖୁଆଇ ତାହରେ
ଭଣଜା ଖୁସି ଅପାର।
ସାରାଅନ୍ନ ଆଜି ଖାଇଦେବ କିବା କେତେ ହରବର ତାର
ଖୁସି ଜେଜେବାପା ଖୁସି ଗୃହ ଜନ
ଅନ୍ନପ୍ରାସାନ୍ନ ରେ ତାର।
ମହାଦେବଙ୍କର ସମବାର ଆଜି ଗୁଞ୍ଜୁ ଅଛି ବମ୍ ଭଲେ
ଅନ୍ନପ୍ରସନ୍ନ ଟି ନାତି ଅଭିରତ୍ନେ
ମଙ୍ଗଳ କରିବେ ଭଲେ।
ଦେବଙ୍କର ଦେବ ମହାଦେବଙ୍କର ତାଙ୍କର କରୁଣା ହେବ
ଅର୍ଜନ କରିବ ସୁନାମ ରାଷ୍ଟ୍ରରେ
ଆଦର୍ଶ ମନୁଷ୍ୟ ହେବ।
ଦେବେସତ୍ୟ ମାର୍ଗ ମନ୍ତ୍ର ଅହିଂସାର ଶିକ୍ଷିତ କରିବେ ତାରେ
ତ୍ୟାଗ ପ୍ରେମ ଶ୍ରଦ୍ଧା ହୃଦୟେ ଗୁଞ୍ଜିବ
ଦେବେ ଧର୍ମପଥ ତାରେ।
ଅକର୍ମା ଦାନୀର ଥିବଟି ନଜର ଲକ୍ଷ୍ମୀପୂର୍ଣ୍ଣ ହେବ ଗୃହ
ଆଶିର୍ବାଦ ତାଙ୍କ ଥିବ ନିରନ୍ତର
ଉଜ୍ଜ୍ୱଳ କରିବେ ଗୃହ।
ହେବ ଆଜ୍ଞାକାରୀ ଥିବ ସେବାଭାବ ଗୁରୁଜନେ ନିତ୍ୟେଭକ୍ତି
ଜଡ଼ିତ କରିବେ ସବୁ ଗୁଣେ ତାରେ
ଥିବ ନିତ୍ୟେ ଶିବ ଭକ୍ତି।
ଶୁଭମୟ ହେଉ ଭବିଷ୍ୟ ତାହର ସଦା ଆମ୍ଭ ଆଶିର୍ବାଦ
ମନବାଞ୍ଛା ପୂର୍ଣ୍ଣ ହେଉରେ ତାହାର
ରହୁ ଜଗା ଆଶିର୍ବାଦ।