Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.3  

Sambit Srikumar

Abstract Classics Inspirational

ନାରୀତ୍ବ

ନାରୀତ୍ବ

1 min
240



ନାରୀଟିଏ ହୋଇ ଜନ୍ମିବା କଣ ନୁହଁଇ ଯଥେଷ୍ଟ?


କାହିଁ ପାଇଁ ଲୋଡ଼ା ପୁଣି ତା'ର ନାରୀତ୍ବ ପୂର୍ଣ୍ଣତ୍ବ ?


ସଣ୍ଠଣା ଶୃଙ୍ଖଳାର ଗହଣାଗାଣ୍ଠିରେ ଚିରକାଳ ପଡିଛି ବନ୍ଧା


ତା'ର ଜୀବନ ଯାକର ତମାମ ସ୍ବାଧୀନତା ସ୍ୱାୟତ୍ତତା


ମାତୃତ୍ୱ ଲାଭର ଗୌରବ ଲୋଭନୀୟ ତ ନିଶ୍ଚିତ


ସଂସାରର ସବୁ ବୋଝ ବୋହିବା ତା' ପାଇଁ ଅନିବାର୍ଯ୍ୟ !


ଆଉ କେତେ ଦିନ ଏମିତି ଚିରାଚରିତ ଭେଳିକିରେ


ନାରୀଟିକୁ ଭଣ୍ଡେଇ ଚାଲିଥିବ ଏ ସଭ୍ୟ ଶିକ୍ଷିତ ସମାଜ?


ଲକ୍ଷ୍ମଣରେଖାର ଦେହଳୀରେ ହେଉଥିବ ତା'ର ଶୋଷଣ


ଚୁପ୍ ଚାପ୍ ସହିଯାଉଥିବ ସେ ସବୁ କିଛି ନିର୍ବିରୋଧରେ !


ବାରେ ତ ତାକୁ ଦେଖିବାକୁ ଦିଅ ସ୍ବପ୍ନ ଅସୁମାରି


ଉଡ଼ିବାକୁ ଦିଅ ଦୂର ସୁଉଚ୍ଚ ଗଗନରେ ମନ ଭରି


ଭାଷଣରେ ନୁହେଁ ବାସ୍ତବ ଜୀବନରେ ସହୃଦୟତାରେ


ଦେଖିବ ଧରା ପାଲଟିବ ଅମରାବତୀ ସଠିକ୍ ଅର୍ଥରେ ।



Rate this content
Log in

Similar oriya poem from Abstract