STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କାଶୀ ଧାମ

କାଶୀ ଧାମ

1 min
277


ବାର ଜ୍ବୋତିଲିଙ୍ଗୁ କାଶୀ ବିଶ୍ବନାଥ

 ଦିବ୍ୟ ଭବ୍ୟେ କାଶୀ ଧାମ,

ଯାହାର ମହିମା ବ୍ରହ୍ମାଣ୍ଡେ ଗୁଞ୍ଜନ

  ପାର୍ବତୀ ପତିଙ୍କ ଧାମ।


କାଶୀ ଭୂମି ଅଟେ ଅବିନାଶୀ ସଦା

  ନାହିଁ ତାର ପଟାନ୍ତର

ଭାରତ ଭୂମିଟି ଅଲଗା ଅନ୍ୟଠୁ

  ଅପର ମହିମା ଯାର।


ମୋଗଲ ସମ୍ରାଟ ଔରଙ୍ଗଜେବ ସେ

  ଭାଙ୍ଗିବାର ଚେଷ୍ଟା କଲା

ଦର୍ପ ତାର ଚୁନା କଲେଟି ଶିବାଜୀ

  ଅତ୍ୟାଚାରୀ ଦର୍ପ ଗଲା।


ଅହିଲିୟା ବାଇ ଶିବଙ୍କର ଭକ୍ତ

  ନିର୍ମାଣ କଲେ ମନ୍ଦିର

ଦୀର୍ଘ ବର୍ଷ ପରେ ଅତି ଭବ୍ୟ ଦିବ୍ୟ

  କଲେଟି ମୋଦି ଆମର।


ଇତିହାସ ହେଲା ପ୍ରେମ ଶ୍ରଦ୍ଧା ତାଙ୍କ

  ଭକ୍ତି ନିସ୍ବାର୍ଥର ଭାବ

ଦିବ୍ୟ ଭବ୍ୟ ହେଲା କାଶୀ ଧାମ ଏବେ

  ଗୁଞ୍ଜୁଛି ଭକ୍ତିର ଭାବ।


ଶିବଙ୍କର ପୁରୀ କଲେ ସେ ନିର୍ମାଣ

 ଦିଶୁ ଅଛି ଅତି ଦିବ୍ୟ

ନାହିଁ ପଟାନ୍ତର ଅତି ହିଁ ସୁନ୍ଦର

 ମନମହେ ତାର ଭବ୍ୟ।


ଉଦଘାଟନ ଆଗୁ ଲଳିତ ଘାଟେ

  ଗଙ୍ଗା ଜଳେ ଡୁବ ଦେଲେ

ଅର୍ଘ୍ୟ ଦେଲେ ଗଙ୍ଗେ ଭକ୍ତିପୂତ ହୋଇ

  ଜଳକୁ କଳସେ ନେଲେ।


କାଳ ଭୈରବେ କରିଣ ପୂଜନ

  କଳସେ ଜଳକୁ ଧରି

ଧୀରେ ଧୀରେ କଲେ ଭକ୍ତିରେ ଗମନ

  ପ୍ରେମ ଭକ୍ତି ଶ୍ରଦ୍ଧା ଧରି।


ସ୍ବାଗତ ତାଙ୍କର ଡମ୍ବରୁ ଗୁଞ୍ଜନେ

  ଭକ୍ତିପୂର୍ଣ୍ଣ ହେଲା ଭୂମି

ବର୍ଣ୍ଣିବାର ଭକ୍ତି ନାହିହିଁ କାହାରେ

  ଅଟେ ବିଶ୍ବନାଥ ଭୂମି।


ପୂଜାର୍ଚ୍ଚନା କଲେ କଲେ ସେ ଭକ୍ତିରେ

  ପାର୍ବତୀ ପତିଙ୍କ ପଦେ

ଜଳ ଅଭିଷେକ କଲେ ବିଶ୍ବଳାଥେ 

  ଶ୍ରଦ୍ଧା ଭକ୍ତି ରଖି ହୃଦେ।

  

ରୁଦ୍ରାକ୍ଷ ବୃକ୍ଷକୁ କଲେଟି ରୋପଣ

   ଶିବଙ୍କର ପ୍ରୀୟ ବୃକ୍ଷ

ସମର୍ପିତ କଲେ ରାଷ୍ଟ୍ରେ କାଶୀ ଧାମ

   ସଦା ସେହୁ ଆସ୍ଥା ବୃକ୍ଷ।


ନିର୍ମାଣ ଶ୍ରମିଙ୍କୁ ସମ୍ମାନ କରିଲେ

  ଫୁଲ ବୃଷ୍ଟି କରି ତାଙ୍କୁ,

ସଙ୍ଗେ ତାଙ୍କ ପୁଣି ଭୋଜନ କରିଲେ

  ପ୍ରଶଂସା କଲେଟି ତାଙ୍କୁ।


ସଙ୍ଗେ ବସି ତାଙ୍କ ଫୋଟୋ ଉଠାଇଲେ

  ଦେଲେଟି ଗୌରବ ତାଙ୍କୁ

ଏପରି ପ୍ରଧାନ ଦେଖି ନାହିଁ କେହୁ

  ପାଇ ଧନ୍ୟ ଆମେ ତାଙ୍କୁ


ଉଦଘାଟନ କଲେ ବିଶ୍ବନାଥ ଧାମ

  କଲେ ସମର୍ପଣ ରାଷ୍ଟ୍ରେ

ଚତୁରପାର୍ଶେଟି ହରେ ହରେ ଗୁଞ୍ଜେ

  ଭକ୍ତିର ଗୁଞ୍ଜନ ରାଷ୍ଟ୍ରେ।


ଦେଲେ ତିନି ମନ୍ତ୍ର ରାଷ୍ଟ୍ରର ନିର୍ମାଣେ

  ସ୍ବଚ୍ଛତା କଲେଟି ଆଗ,

ସୃଜନ ହେଲାଟି ଦ୍ବିତୀୟ ମନ୍ତ୍ରଟି

   ଆତ୍ମନିର୍ଭରଟି ଆଗ।


ଗଂଗା ଆରତୀ ରେ ସହଭାଗୀ ହେଲେ

  ଗୁଞ୍ଜେ ମହାଦେବ ନାମ

ଦୀର୍ଘ ବର୍ଷ ପରେ ଇତିହାସ ପୁଣି

  ଗୁଞ୍ଜୁଛି ମୋଦିଙ୍କ ନାମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract