STORYMIRROR

Sangita Mishra Satapathy

Inspirational

4  

Sangita Mishra Satapathy

Inspirational

ନାରୀରୁ ଆଧୁନିକ ନାରୀ

ନାରୀରୁ ଆଧୁନିକ ନାରୀ

1 min
393


ଛାଡି କୁଆଁ ରଡି ଆସିଲା ସେ କଢି

ଜେଜେ ମାଆ ଦେଲେ ମୁହଁ ମୋଡି

ମାଆ କାନ୍ଦୁଥିଲା ସୁଁ ସୁଁ କରି

ବାପା ନେଲେ ଯତନରେ କୋଳେ ଧରି।


ଧୀରେ ଧୀରେ ଟିକେ ବଡ ହେଲା

ଆଦର ଆକଟେ ସମୟ ବିତିଲା

ପାଠ ଶାଠ ପଢି ଯେବେ ବଡ ହେଲା

ପରିବାର ପାଇଁ ସିଏ ବୋଝ ହେଲା।


ସମାଜ ,ସଂସ୍କୃତି ଶଣ୍ଠଣା ନାଁ ରେ

ନିଜ ଇଚ୍ଛା ଚାପି ହେଲା ପରଘରୀ

ଦୁଃଖସହି ସହି ଲୁହ ପିଇ ପିଇ

ବାଣ୍ଟିଯାଏ ଖୁସି ସିଏ ହସିହସି।


ଘର ଠୁ ବାହାର ସବୁଠି ନିପୁଣ

ଘାସ କଟା ଠାରୁ ଘୋଡାଚଢା ଯାଏଁ

ସବୁଠି ତାହାର ଦକ୍ଷତା ଦେଖାଏ

ଅଲିଭା ସ୍ବାକ୍ଷର ତାର କୀର୍ତ୍ତି ମାନ

ସମୟ ଚକ୍ରରେ କିଛି ନାରୀ ପାଇଁ 

ଆଧୁନିକ ନାରୀ ଅପଯଶ ପାଏ

ଉତ୍ସୃଙ୍ଖଳତାର ପଦବୀ ସେ ପାଏ।


ତୁଠ ପଥର ପରାଏ ସବୁ ସହୁଥାଏ

ବିଂଶ ଶତାବ୍ଦୀର ବିକାଶ ଡିଣ୍ଡିମରେ 

ଆଧୁନିକ ନାରୀ ଭାସି ଭାସି ଯାଏ 

ସୁଅ ମୁହଁ ରେ ପତର ପରାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational