STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ନାରୀର ହୀନ ମନ୍ଯତାରୁ

ନାରୀର ହୀନ ମନ୍ଯତାରୁ

1 min
288


ଭଲ ପାଉଅଛ କାହିଁ କେତେ ଦିନୁ

   ବିବାହ କରିବ କେବେ

ପ୍ରତିଶ୍ରୃତି ବିନା ବିବାହ କରିଲେ

   ଲୁହ ବୁହାଇବି ଭବେ।


ବିବାହ ପରଠୁ କେବଳ ହିଁ ମୋତେ 

   ଗଭୀର ଭାବରେ ଥାଇ

କାହାକୁ ବି ମୋଟେ ଭଲ ପାଇବନି

  କଥା ଦିଅ ମୋତେ ଚାହିଁ।


ଭାଇ ଓ ଭଉଣୀ ସାତପର ଭାବି

   ସମ୍ପର୍କ କରିବ ଛିହ୍ନ

ବନ୍ଧୁ ବାନ୍ଧବ ବି ଆସିବେନି କେହି

   ଶପଥ ଦେଖିକି ଜହ୍ନ।


ଆମେ ଭଲ ପାଇ ବାହାହେବା ପରେ

   ଚାଲିଯିବା ବହୁଦୂର

ସହରରେ ରହି ଅପାର ଆନନ୍ଦେ

   ଶୋଇବା ଏକ ମନର।


ଏହି କଥା ଶୁଣି ମୁହଁ ବୁଲାଇକି

   ବିବାହକୁ ମନା କରି

ପଳେଇ ଆସିବା ବେଳେ ହାତଧରି

   ଦେଖାଇଲା ପେଟ ତାରି।


ଅନ୍ତଃସତ୍ତା ବୋଲି କହିକି ତକ୍ଷଣେ

   ବିବାହ ନେଇ କରିଲା 

ବିବାହ ପରଠୁ ରୋଷେଇ କଲାନି

   ହୋଟେଲ ଯାଇ ଖାଇଲା।


ବିରୋଧ କରିବା ମହଙ୍ଗା ପଡି଼ଲା

   ଦେଖାଇ କୋର୍ଟ କଚେରି

ଶାରିରୀକ ଆଉ ମାନସିକ ଦୁଃଖ

   ଦେଖାଇଲା ଛୁରୀ ଧରି।


ଆଖିର ଲୁହରେ ଭିଜୁଥିଲା ବେଳେ

   ହସିକି କହିଲା ସିଏ

ଏମିତି ନାରୀ ମୁଁ ବୁଝିଲନି କିଆଁ

   ଦୁଃଖ ତ ପାଅ ସୂତାଏ।


ଅନୁତାପେ ସଢି଼ ପ୍ରାର୍ଥନା କରିଲି

   ଦୁ଼ଃଖ ହରିଦିଅ ତୁମେ

ତୁମର ସେବକ ହେବି କହିବାରୁ

   ଦୁଃଖ ଘୁଞ୍ଚାଇଲା ଧାମେ।


ରକ୍ତ ଚାଉଳ ତ ଚୋବାଉ ଥିଲି ମୁଁ

   ତଣ୍ଟିଚିପି ହତ୍ଯା କଲି

ମାମୁଘର ଖାଦ୍ଯ ଖାଇଖାଇ ଆଜି

   ସମୟକୁ କାଟିଦେଲି।



Rate this content
Log in

Similar oriya poem from Abstract