ନାରୀର ଅନ୍ତଃସ୍ଵର
ନାରୀର ଅନ୍ତଃସ୍ଵର
ନାରୀ ଇଶ୍ଵରଙ୍କ ଅମୂଲ୍ୟ ସୃଷ୍ଟି ଟେ
ଅନ୍ତଃସ୍ଵର ତାର ଅଟେ ପାଵନୀ
ଅନ୍ତରେ ଭରା ତା ମମତାର ଧାରା
ସେ ଯେ ମହିମା ମଣ୍ଡନୀ ।
ନାରୀ ଅନ8ସ୍ଵର ସୃଷ୍ଟି ସୂତ୍ରେ ବନ୍ଧା
ସୃଷ୍ଟି ସ୍ଥିତି ଲୟ ତା ହାତେ ଛନ୍ଦା
ଅନ8ସ୍ଵର ତାର ସଦା ଗରିୟାନ
ନୁହେଁ ସେ ଦୁର୍ବଳା ନୁହେଁ ଅବଳା ।
ନାରୀ ଅନ୍ତସ୍ଵରେ ତ୍ୟାଗର ମନ୍ତ୍ରଟି
ସଦା ମନେ ପ୍ରାଣେ ଗୁଞ୍ଜରୁ ଥାଏ
ସେ ଅନ୍ତ8 ସ୍ଵରରେ ଭଟ୍ଟା ପଡ଼ିଗଲେ
ନାରୀଟିଏ ସ୍ଵାର୍ଥି ଦେଖା ଯେ ଯାଏ ।
ନାରୀ ଅନ୍ତଃସ୍ଵର ଅରୀ ବିହୀନ ଯେ
ସହିଷ୍ଣୁତାର ସେ ଯଜ୍ଞଶୀଳା ଟେ
ନାରୀ ଅନ୍ତ8ସ୍ଵରେ ଅନ୍ୟାୟେ ଲଢିବା
ଶକତି ସର୍ବଦା ବିରାଜୁ ଥାଏ ।
ନାରୀ ଅନ୍ତଃସ୍ଵରେ ସୃଷ୍ଟି ତତ୍ତ୍ଵ ଭରା
ସଂହାର ଶକତି ଅଛି ବି ଭରା
ନିଜ ଶକତି କୁ ନିଜେ ଚିହ୍ନି ନେଲେ
ନାରୀ ହେବ ନାହିଁ କେବେ ଦୁର୍ବଳା ।
ନାରୀ ଅନ୍ତଃସ୍ଵର ମାତୃତ୍ଵ ମଣ୍ଡିତ
ସନ୍ତାନ ଜନମ କରୁ ନ କରୁ
ମାତୃତ୍ଵ ତାହାର ଦିବ୍ୟ ଗୁଣଟିଏ
ସଂସାରେ ମମତା ବାଣ୍ଟୁ ଯେ ଥାଉ ।
ନାରୀ ଅନ୍ତଃସ୍ଵର ସ୍ଵାଧୀନତା ଚାହେଁ
ହେଲେ ଭୁଲେନି ସେ ଲକ୍ଷ୍ମଣରେଖା
ଅନେକ ଶକ୍ତିର ସମାହିତ ସ୍ଵର
ଚାହିଁଲେ କରଇ ନିଜକୁ ରକ୍ଷା ।
ନାରୀ ଅନ8ସ୍ଵରେ ପ୍ରେମର ଝରଣା
ବହୁଥାଏ ପୁଣି ଝର୍ଝର ନାଦେ
କେତେବେଳେ ଜାୟା, ଜନନୀ,ଭଗିନୀ
କେତେବେଳେ ପ୍ରିୟ ବାନ୍ଧବୀ ଟିଏ |
ନାରୀ ଅନ୍ତ8ସ୍ଵରେ ସଂସ୍କାର ବାର୍ତ୍ତାର
ସଦା ଗୁଞ୍ଜରଣ ହେଉ ଯେ ଥାଏ
ନାରୀ ଟେ ଚାହିଁଲେ ସଂସ୍କାର ସେତୁ ଟେ
ଅନାୟାସେ ପୁଣି ବନାଇ ଦିଏ ।
ନାରୀ ଅନ8ସ୍ଵର ସୋହାର୍ଦ୍ଦମୟ ଯେ
ନୂଆ ସମାଜର ଆହ୍ୱାନ କରେ
ଅନ୍ତଃସ୍ଵର ତାର ପ୍ରୀତି ଗୀତି ମୟ
ଚାହିଁଲେ ଦୁନିଆ ବଦଳି ଯାଏ ।
ନାରୀ ଅନ୍ତଃସ୍ଵର ଶୁଭ ପ୍ରଦାୟିନୀ
ଚାହିଁଲେ ସୁ-ଆବାହନ ଯେ କରେ
କୁପଥୁ ହଟାଇ ସୁପଥ ଦେଖାଏ
ଦୁନିଆ କୁ ନୂଆ ପଥ ଦେଖାଏ ।
ନାରୀ ଅନ୍ତଃସ୍ଵରେ ସମସ୍ତ ଶକତି
କେନ୍ଦ୍ରିତ ଇଶ୍ଵର କରି ଯେ ଛନ୍ତି
ନିଜ ଶକତିକୁ ଚିହ୍ନିବା ଦାୟୀତ୍ବ
ନାରୀ ହାତେ ପରା ଦେଇ ଅଛନ୍ତି ।
ନାରୀ ଅନ୍ତଃସ୍ଵରେ ଦୟା ରେ ବଞ୍ଚିବା
କଥାର ଆଭାସ ଟିକିଏ ନାହିଁ
ଅବଳା ନୁହେଁ ସେ ଦୁର୍ବଳା ନୁହେଁ ସେ
ମର୍ତ୍ତ୍ୟରେ ସରଗ ରଚି ପାରଇ ।
ନାରୀ ଅନ୍ତଃସ୍ଵର ଉଦ୍ଭାସିତ ହେଉ
ମାଟିର ବୈକୁଣ୍ଠ ସର୍ଜନା ହେଉ
ସର୍ଵସଂହା ଗୁଣେ ଧରଣୀ ହେଉ ସେ
ଅନ୍ୟାୟକୁ ବରଦାସ୍ତ ନ କରୁ ।
ନାରୀ ଅନ୍ତଃସ୍ଵରେ ଗୀତି ମୟ ହେଉ
ଏ ଧରା ରେ ହେଉ ନୂଆ ସ୍ପନ୍ଦନ
ନିଜେ ନିଜେ ହେଉ ସଶକ୍ତି ମଣ୍ଡିତ
ନ ହେଉ କାହାର ଦୟା ଭାଜନ ।
ନାରୀ ଅନ୍ତଃସ୍ଵରେ ରଞ୍ଜିତ ହେଉ ଯେ
ପ୍ରତିଟି ପ୍ରାଣର ଜୀବନ ସତ୍ତା
ଚିର ମହୀୟାନ ହେଉ ଏ ସମାଜ
ନାରୀ ଦେଉ ଥାଉ ଶାନ୍ତିର ବାର୍ତ୍ତା ।