ନାରୀର ଅଂହକାର
ନାରୀର ଅଂହକାର
ମୁଁ ନାରୀ
ଜଳି ପାରିବି ପ୍ରେମର ଅଗ୍ନିରେ
ଜାଳି ବି ପାରିବି ଲୁହର ଉତ୍ତପ୍ତ ବର୍ଷାରେ
ମାଂସ ପିଣ୍ଡୁଳାକୁ ନିଜ ଗର୍ଭରେ ରଖି ଦୁନିଆର ଆଲୋକ ଦେଖେଇ ପାରୁଛି ମୁଁ
କିଏ କହିଲା ମୁଁ ଅବଳା
ଜରୁରୀ ପଡିଲେ ମୋ ଉପରେ ହେଉ ଥିବା ଅତ୍ୟାଚାର ପାଇଁ
ଅନେକଙ୍କ ଜୀବନ ଦୀପକୁ ଲିଭେଇ ବି ପାରିବି କ୍ଷଣକ ଭିତରେ
ମୁଁ ଗୋଲାମି କରିପାରେ ସ୍ନହ ଶ୍ରଦ୍ଧାର
ଆବଶ୍ୟକ ହେଲେ ସାରା ବ୍ରହ୍ମାଣ୍ଡକୁ କ୍ରୀତଦାସ କରି ରଖି ପାରିବି ମୋ ପାଦ ତଳେ
ମୁଁ ସଜାଡି ପାରିବି ଅପାରଗ ହୃଦୟକୁ ନିଜର ହୃଦୟସ୍ପର୍ଶୀ ଭାଷାରେ
ମୁହୂର୍ତ୍ତରେ ଭାଙ୍ଗି ବି ପାରିବି ଦର୍ପ ଅଂହକାର ବୋଳା କଠୋର ମନକୁ
ମୋର ସେଇ ଧାରୁଆ ଶବ୍ଦର ଛୁରୀରେ
ମୁଁ ସେଇ ନାରୀ
ଯିଏ ସତୀତ୍ୱର ଅଗ୍ନି କୁଣ୍ଡରେ ଜଳି ନ ଥିଲା
ମାତ୍ର ଜାଳି ଦେଇଥିଲା ସବୁ ବୃଥା ସନ୍ଦେହକୁ
ମୁଁ ପାରିଲେ
ଗୋଟେ ରାତିକୁ ସାତ ରାତି ବି କରେଇଦେବି ନିଜର ତପସ୍ୟା ବଳରେ
ସେଇ ନାରୀ ଯିଏ ଯଜ୍ଞ କୁଣ୍ଡରେ ଜଳି ଯାଇ
ପତିର ସମ୍ମାନ ଯୁଗେ ଯୁଗେ ସ୍ମରଣ ରଖିଗଲା
ସେଇ ନାରୀ ମୁଁ
ଅହଲ୍ୟା ପରି ପଥର ବି ସାଜି ପାରିବି ପତିର ଆଦେଶରେ
ବିନା ଭୁଲରେ ବର୍ଷ ବର୍ଷ ଯୁଗ ଯୁଗ....