Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ନାରୀ

ନାରୀ

1 min
318



ନାରୀ ହିଁ ଦିଅଇ ଜୀବନେ ଜଗୃତି

ନବୀନ ପ୍ରାଣ ସ୍ପନ୍ଦନ

ସୁରକ୍ଷିତ ରହେ ନାରୀ ହେତୁ ସିନା

ଏହି ସୃଷ୍ଟି ସନ୍ତୁଳନ ।


ଅଭିନବ ଚିନ୍ତା ଚେତନା ଜାଗ୍ରତ

 କରାଏ ନିତ୍ୟ ଯେ ନାରୀ

 ଶିଶୁ ମାନଙ୍କ ର ଅତି ଅନୁକୁଳ 

କୋଳ ରେ ଥାଏ ସେ ପାଳି ।


ସ୍ଵ।ମୀ ପରିବାର ସମସ୍ତ ଙ୍କ ପାଇଁ

ଶୁଭ କାର୍ଯ୍ୟ କ୍ରମ କରି

ଅବିରତ ହିତ ଅର୍ଥେ ଯେ ଚେଷ୍ଟିତ

ନାରୀ ଚିର ଉପକାରୀ ।


 ବ୍ୟବହାର ସ୍ନେହ ପ୍ରେମ ଶ୍ରଦ୍ଧା ପ୍ରୀତି

 ଆଦର ବାତ୍ସଲ୍ୟ ଭାବ 

ଆପଣା ଅନ୍ତରୁ  ଅଜାଡ଼ି ଦିଏ ସେ

କରଇ ସଭିଙ୍କ ଶୁଭ ।


ବିନାସେ ଅଶାନ୍ତି , ଦିଏ ଦିବ୍ୟ ଶକ୍ତି

ହୁଏ ସେ ସଭିଙ୍କ ପୂଜ୍ୟ

ଅନୁରାଗ ବୁଣି ମନ ପ୍ରାଣ ମୋହି

ସାଧଇ ଅଶେଷ କାର୍ଯ୍ୟ ।


କଲ୍ୟାଣ କାରିଣୀ ସଦ୍ ଗୁଣ ଶାଳିନି

ପ୍ରକାଶେ ଶୁଦ୍ଧ ମାଧୁର୍ଯ୍ୟ 

ପବିତ୍ର ଉତ୍ସାହ ଉତ୍ତମ ମାନର

ସବୁ ଠାରେ ତା' ସାହାର୍ଯ୍ୟ ।


ପ୍ରଦାନ କରି ସେ ଦିଅଇ ଜୀବନେ

 ପବିତ୍ର ପୁଣ୍ୟ ମୟୁଖ

 ସନ୍ଧ୍ୟାବତୀ ଜାଳି ସନ୍ଧ୍ୟା ସମୟରେ

ବଜାଇ ଥାଏ ସେ ଶଙ୍ଖ ।


ନୃତ୍ୟ ଗୀତ କଳା କୌଶଳ ବିପୁଳ।

 ସଂସ୍କୃତି ବ୍ୟବସ୍ଥା ଧାରା

ଚମତ୍କାର ଭାବ ଘେନି ଯେ ବିଭବ

ଦିଏ ନିତ୍ୟେ ମନୋ ହରା ।


Rate this content
Log in

Similar oriya poem from Action