STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ନାରୀ 

ନାରୀ 

1 min
305


ମୁଁ ଶିଖିଯାଇଛି ମୋ ସାମ୍ରାଜ୍ୟର 
ଅଧିଶ୍ଵରୀ ହୋଇ ବଞ୍ଚିବାକୁ 
ଏ ସମାଜ ଭିଡଭିତରେ 
ଖୋଜିନେଇଛି ମୋ ସୀମା 
ବାହୁଦ୍ବୟରେ ଶକ୍ତି ଥାଉ ନଥାଉ 
ମନ ଓ ହୃଦୟରେ ମଣିଷପଣିଆ ଶକ୍ତି 
ଆଗ୍ରହ ନାହିଁ ଅନ୍ୟର ଦର୍ଘ୍ୟ ପ୍ରସ୍ଥ ଉଚ୍ଚତା 
ବରଂ ନିଜକୁ ଭଲପାଏ ଖୁବ ବେଶି 
ପାଦ ଦ୍ବୟରେ ଚଳିବାକୁ ଥିଲେ ଶକ୍ତି 
ଗୁରୁଜନେ ରଖି ଲୟ ଭକ୍ତି 
ପିତୃପୁରୁଷଙ୍କ ମନେପକେଇ କାନ୍ତି 
ପଳାୟନପନ୍ଥି ନୁହେଁ ବରଂ ପ୍ରୀତି ସାରଥୀ 
ସାହିତ୍ୟ ରଥି ନହେଲେ ନାହିଁ 
ଖଣ୍ଡେ ମାତ୍ର ଅସ୍ଥି 
ପକାଇ ପାଇବାକୁ ଚାହେଁ ସ୍ୱୀକୃତି 
ନିଜ ସୁରକ୍ଷାର ଗ୍ରନ୍ଥିରେ 
ମୁଁ ହିଁ ମୋରି ଉତ୍ପତ୍ତି ନାହିଁ ଯୋଉଠି ଶାସ୍ତି 
କେବଳ ବିସ୍ତୃତି 
ଇତିର ପରିସୀମାରେ ମୋ ବିନ୍ଦୁର ସ୍ଥିତି 
ହେବ କେମିତି ଭାବୁଛି ନାରୀ ମୁଁ ନୀତି 
ସ୍ୱାର୍ଥ ସର୍ତ୍ତ ଉର୍ଦ୍ଧରେ ପାଇବାକୁ ତୃପ୍ତି


विषय का मूल्यांकन करें
लॉग इन

Similar oriya poem from Abstract