STORYMIRROR

Subhalaxmi Nayak

Abstract

2  

Subhalaxmi Nayak

Abstract

ନାରୀ

ନାରୀ

1 min
94

ସଂସ୍କାର ସ୍ମରଣେ ଲଜ୍ଜା ନିବାରଣେ,

ଲୋତକ ଝରଣା ତୀରେ 

ଲକ୍ଷେ ଦୁଃଖ ପାନ କରି ମହାନ ସେ,

ସର୍ବଂସହା ନାମେ ଖ୍ୟାତ

ହେ ନାରୀ ତୋର ଚରଣେ ଶତ ପ୍ରଣିପାତ


ଭୃଣରେ ସନ୍ତାନ କନ୍ୟା ହେଲେ ଜ୍ଞାତ,

ଶତ୍ରୁ ଯେ ହୁଅନ୍ତି ଆପଣାର ଲୋକେ

ବୁଦ୍ଧି ଭ୍ରଷ୍ଟ ହୁଏ ରାକ୍ଷସ ପରାଏ,

ଜୀବହନ୍ତା ପାଲଟି ଯାଆନ୍ତି ତ୍ୱରିତ


କନ୍ୟା, ଭଗ୍ନୀ, ଜାୟା, ମାତା ରୂପରେ ତୁ,

ହିଂସା ଦ୍ବେଷକୁ ବି ଏକା ସହ୍ୟ କରୁ

ଯେଉଁମାନେ ତୋତେ ପୂଜନ୍ତି ଶରତେ

ସ୍ୱାର୍ଥସାଧନ ଛଳରେ କରିପାରନ୍ତି ଅପମାନିତ


ଅତ୍ୟାଚାରର ପ୍ରଭାବ, ଯୁଗେ ଯୁଗେ ରହିଛି ପ୍ରମାଣ, 

ତୋ ପାଇଁ ରଚିତ ମହାକାବ୍ୟ ରାମାୟଣ। 

ତୋ ଅପମାନ ଲାଗି ହେଲା ଯେ ମହାଭାରତ

ତଥାପି ଅବୋଧ ମାନବ ଭ୍ରାନ୍ତଧାରାରେ କବଳିତ


ସାକ୍ଷୀ ଯେ ଇତିହାସ ନାରୀ ଯେବେ ଜଳେ ଧୈର୍ଯ୍ୟର ବହ୍ନିରେ,

ଲୀନ ହୁଏ ସମଗ୍ର ସୃଷ୍ଟି ପ୍ରଳୟ କୋଳରେ

ପ୍ରତିଶୋଧର ଦାବାଗ୍ନୀ କରାଳ ପ୍ରକୋପ ହେବା ପୂର୍ବରୁ ରୂପାୟିତ,

ସାବଧାନ ସାଧୁଗଣ

ସତୀ ରୂପୀ ସର୍ବଂସହା ନାରୀ ମହିମା ସର୍ବବିଦିତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract