STORYMIRROR

Minati Rath

Abstract

3  

Minati Rath

Abstract

ନାରୀ

ନାରୀ

1 min
334

ନିଜର ସବୁ ଇଛା ସପନକୁ

ଘୃତ ପରି ଜାଳିଦେଇ

ସଳିତାଟେ ହୋଇ ନିଜେ ଜଳେ

ଆଲୋକିତ କରେ ସିନା

ଘର ସାରା ତା' ଜ୍ୟୋତିରେ

ନିଜେ ରହେ ଅନ୍ଧାର ଭିତରେ

କି ସୁଖ ସେ ପାଏ

ଏକା ନିଜେ ହିଁ ସେ ଜାଣେ

ସର୍ବସ୍ବ ତା' ବଳି ଦେଇ

କର୍ତ୍ତା ହୁଏ ସଂସାର ଯଜ୍ଞରେ ।


ତଥାପି ପାଏନା ଯଶ

ଅପମାନ ଯେତେ କିନ୍ତୁ

ଲେଖା ତା' ଭାଗ୍ୟରେ

ସୁଖ ଶବ୍ଦ ତା' ପାଇଁ ନିଆରା

ଦୁଃଖ ଯେତେ ହଜିଯାଏ

ତା' ହୃଦୟ ମରୁବାଲିରେ

ହୃଦୟଟା କେତେ ଯେ ବିଶାଳ ତା'ର

ମାପିବାକୁ ସାଗର ବି ଡରେ

ହଜିଯିବ କାଳେ ତା'ର

ଅପରିସୀମ ବକ୍ଷରେ ।


ସେ ହିଁ ତ ନାରୀ

ପୁରୁଷର ପୁରୁଷପଣିଆ

ଯା' ପାଖେ ଯାଇଛି ହାରି

ଅନେକ ରୂପରେ ରହି

ଟାଣି ନିଏ ପୁରୁଷର ହାତ

ତା'ରି ପାଇଁ ସହଜେ

ଗଡ଼ିଚାଲେ ସଂସାରର ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract