ନାରୀ
ନାରୀ
ସୃଷ୍ଟିର ସ୍ରଷ୍ଟା ଭାବେ ସେ ପରିଚିତ
ପୁଣି ସୃଷ୍ଟିର ଆଦି ଜନନୀ,
ସଂସାର ପାଳନ କର୍ତ୍ତା ଭାବେ ଜଣା
ଆଦ୍ୟମୟୀ ଚିରନ୍ତନୀ।୧
ମାତା, ଧାତ୍ରୀ, କାୟା, ଦୁହିତା, ଭଗିନୀ
ସର୍ବ ରୁପେ ଆନନ୍ଦିତା,
ସମସ୍ତଙ୍କୁ ଲୋଡା ତା ସ୍ନେହ ମମତା
ଅଟେ ସେ ଜଗତ ଜିତା।୨
ସହନ ଶିଳତାର ସୁଶୀଲ ବାର୍ତ୍ତା
ଦେଇଥାଏ ସିଏ ନାରୀ,
ହୃଦୟେ ତାର ସ୍ନେହ ମମତାକୁ
ରଖିଥାଏ ପୁଣି ଭରି।୩
ମନୁଷ୍ୟ ହୋଇ ସେ ବୁଝିପାରୁନାହିଁ
ନାରୀର ମହତ୍ତ୍ଵକୁ,
ନିର୍ଯାତନା ଦିଏ ସେ ସଦା ସର୍ବଦା
ଦେବ ତୁଲ୍ୟ ଜନନୀକୁ।୪
କେଉଁ ପାପ ବଳେ କେଉଁ କର୍ମ ଫଳେ
ଧରାରେ ହେଇଛି ଆଶ୍ରୟୀ,
ହୃଦୟରେ ତାର ସହଶ୍ର ଯନ୍ତ୍ରଣା
କେ ଶୁଣିବ କାହିଁ ପାଇଁ।୫
ନାରୀ ପ୍ରଥା ଏଠି ପ୍ରଚଳିତ ହୁଏ
ଇତିହାସ ରହେ କଥା,
ସମାଜରେ ତା'ର ମର୍ଯ୍ୟାଦା ରହେନା
କଳଙ୍କରେ ନୂଏଁ ମଥା।୬
ତଥାପି ଜଳୁଛି ପରିଚୟ ତାର
ଅଦୃଶ୍ୟ ଏକ ନିଆଁରେ,
ବଦଳି ଗଲା ନା ବଦଳିବ କେବେ
ସେ ସମୟର ସୁଅରେ ।୭
