ନାରୀ
ନାରୀ
ବିକଳ ପଣତେ ଆଞ୍ଜୁଳାଏ ଖୁସି
ଖୋଜେ ମୁଁ ବାରମାସୀ,
ମୁଁ ଏକ ନାରୀ।
ଆଖିରେ ସପନ ତେଜ ଆସୁମାରୀ
କର୍ତ୍ତବ୍ୟ ଦୀପରେ ମୋ ସପନ ସଳୀତା
ଜଳି ଜଳି ଯାଏ କୁହୁଳି କୁହୁଳି
ମନେ ପଶ୍ଚାତାପର ଢାଳେ ମୁଁ ଅଳିତା।
ମୋ ବାପା ମାଆ ମୋତେ ଭାବନ୍ତି ବୋଝ
ଅନିଚ୍ଛା ସତ୍ତ୍ୱେ ଦିଆଯାଏ ଲଦି ମୋ ଉପରେ
ମନର ଓଜନିଆ ସୁଝ।
କେହି ପାରେନା ପଢି ସେ ଅକୁହା କୋହ
କେହି ପାରେନା ଦେଖି ସେ ଅମାନିଆ ଲୁହ,
ଯେହେତୁ ମୁଁ ଏକ ନାରୀ!
ଏ ଦୁନିଆଁ ପାଇଁ ମୁଁ ଏକ ମନୋବିନୋଦନକାରୀ ମୋହ।
କେବେ କାଠପୁତୁଳୀ, କେବେ ଯନ୍ତ୍ର ମାନବ
ଦୁର୍ଗମ ଏ ଜୀବନ ମୋହର।
ଦୁର୍ଗମ ଜୀବନେ ଲାଗିଛି ଦୋୟ ହୀତାର ମୋହର।
ମୋହର ମୋହରେ ବଞ୍ଚିବା ହେଲାଣି ଭୈରବ ମୋହର
ତଥାପି ମୋହର ମୋହରେ ନାହିଁ ପୂର୍ଣ୍ଣଚ୍ଛେଦ ମୋହର।