STORYMIRROR

Sanjukta Padhi

Inspirational

3  

Sanjukta Padhi

Inspirational

ନାରୀ

ନାରୀ

1 min
201

  

ଅମାବାସ୍ୟାର ଅନ୍ଧାର ଚିରି

 ଜାତ ହୁଏ ପରୀ

ଏନ୍ତୁଡ଼ିଶାଳରୁ ଶୁଣେ

ଆହା ଝିଅଟିଏ ବିଚାରୀ

ଜେଜୀମାଆର ଦୁଃଖ

ଏ ନୁହେଁ କୂଳଵର୍ଦ୍ଧକ

ଆଉ କୁହେ ଛି

ମୋ ଝିଅର ଦୁର୍ଭାଗ୍ୟ

ତଥାପି ଗର୍ଭ ବିଦାରି

କଷ୍ଟକୁ ଚାପିଧରି

ମାଆ କହେ ଏଇତ

ମୋ ସୁନାନାକି ପରୀ

ବଡ଼ ହେଲେ ହେବ ନିଶ୍ଚେ

ଠିକ୍ ମୋରି ଭଳି

ସୁଖ ଦୁଃଖର ଚଳାଇ ସଂସାର

ଦୁଇ କୂଳକୁ କରିବ ଆଦର

ଅସୀମ ଧୈର୍ଯ୍ୟ କରୁଣା

ପରକୁ କରିବ ଆପଣାର

ଜଗତଜୀତା ପରା ଅଟଇ

ହେବ ମହନୀୟ ନାରୀ ସେଇ ।।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational