ନାରୀ
ନାରୀ
ଅମାବାସ୍ୟାର ଅନ୍ଧାର ଚିରି
ଜାତ ହୁଏ ପରୀ
ଏନ୍ତୁଡ଼ିଶାଳରୁ ଶୁଣେ
ଆହା ଝିଅଟିଏ ବିଚାରୀ
ଜେଜୀମାଆର ଦୁଃଖ
ଏ ନୁହେଁ କୂଳଵର୍ଦ୍ଧକ
ଆଉ କୁହେ ଛି
ମୋ ଝିଅର ଦୁର୍ଭାଗ୍ୟ
ତଥାପି ଗର୍ଭ ବିଦାରି
କଷ୍ଟକୁ ଚାପିଧରି
ମାଆ କହେ ଏଇତ
ମୋ ସୁନାନାକି ପରୀ
ବଡ଼ ହେଲେ ହେବ ନିଶ୍ଚେ
ଠିକ୍ ମୋରି ଭଳି
ସୁଖ ଦୁଃଖର ଚଳାଇ ସଂସାର
ଦୁଇ କୂଳକୁ କରିବ ଆଦର
ଅସୀମ ଧୈର୍ଯ୍ୟ କରୁଣା
ପରକୁ କରିବ ଆପଣାର
ଜଗତଜୀତା ପରା ଅଟଇ
ହେବ ମହନୀୟ ନାରୀ ସେଇ ।।
