ନାରୀ ତୁମେ ସ୍ଵୟଂ ନାରାୟଣୀ
ନାରୀ ତୁମେ ସ୍ଵୟଂ ନାରାୟଣୀ
ଜୀବନର ଅନ୍ୟନାମ ଯନ୍ତ୍ରଣା ହେଲେ ସବୁ ଯନ୍ତ୍ରଣାକୁ ହସି ହସି ନୀଳକଣ୍ଠ ପରି ପିଇଚାଲେ ସିଏ, ଗୋଟିଏ ରୂପରେ ନୁହେଁ କେତେ ରୂପରେ, ଅବର୍ଣ୍ଣନୀୟ ତାହା। କଳକଳ ସ୍ଵଛ ଝରଣାର ଜଳଧାରା ପରି ବହିଆସେ ମମତାମୟୀ ଜନନୀ ରୂପେ, ସ୍ନେହ ଶ୍ରଦ୍ଧା ଆପଣାର ବନ୍ଧୁ ସାଜେ ଭଗିନୀ ରୂପରେ ସେ, ଜୀବନର ସବୁ ସୁଖଦୁଃଖରେ ସମଭାଗୀ ହୁଏ ପୁଣି ମଙ୍ଗଳ ମନାସି ଥାଏ ଶକ୍ତି ସ୍ଵରୁପୀଣୀ ଜାୟା ରୂପରେ, ମାଆ ର ଅନ୍ୟ ଏକ ରୂପ, ସ୍ନେହ ମମତା,ଶ୍ରଦ୍ଧା ଭକ୍ତି ସେବା ର ଭିନ୍ନ ଏକ ରୂପ ତାର ଆବିର୍ଭାବ ହୁଏ ସମ୍ମୁଖରେ କନ୍ୟା ରୂପରେ। କିଏ ବା ଦେବ ତା ଉପମା ନାରୀ ସିଏ ଅନୂପମା। ସୃଷ୍ଟି କର୍ତ୍ତା ଗଢିଛନ୍ତି କି ରୂପେ ଯେ ପୁଣି, ମମତା ଡୋରରେ ବାନ୍ଧି ହୋଇଯାନ୍ତି ନିଜେ। ଧନ୍ୟ ହେ ନାରୀ ତୁମେ ସ୍ଵୟଂ ନାରାୟଣୀ।
