STORYMIRROR

Hrushikesh Satpathy

Inspirational

3  

Hrushikesh Satpathy

Inspirational

ନାରୀ, ତୁମେ ନମସ୍ୟ !

ନାରୀ, ତୁମେ ନମସ୍ୟ !

1 min
13.7K


ନାରୀ !

ତୁମେ ମହନୀୟା,

 ତୁମେ କଲ୍ୟାଣକାରିଣୀ ।

  ତୁମ ବର୍ଣାଢ଼୍ୟ କୀର୍ତ୍ତିର ଆଗେ

   ମୋ' ବର୍ଣ୍ଣନା ନିମିତ୍ତ ମାତର ।

ନାରୀ !

ତୁମେ ମା' ,

 ତୁମେ ଜନନୀ !

  ଗର୍ଭ ଗୃହେ ତୁମ

   ଅନ୍ଧାରକୁ କରିଥିଲି ସାଥି ।

    ରକ୍ତର ତର୍ପଣକରି ଦେଲ ମୋତେ

     ମହାଶକ୍ତି, ଦୃଢ଼ ପରାକ୍ରମ।

      ପୃଥିବୀକୁ ପଦାର୍ପଣ କରିବାକୁ ।

       ପ୍ରେରଣାର ଉତ୍ସ ବାଢିଥିଲ।

ଝୁଣ୍ଟି ଯାଉଥିଲେ

 ହାତ ଧରି ରାହା ଦେଖାଇଲ ।

  ତୁମରି ଇଙ୍ଗିତ ମୋତେ

   ଦୂର ଦିଗବଳୟେ,ଲାବଣ୍ୟ ଲକ୍ଷ୍ୟକୁ,

    ଭେଦ କରିବାର ସାହସ ଯୋଡିଲା।

ଗାନ୍ଧାରୀ ଗୋ !

 ମୋର ଦୀର୍ଘାୟୁ ନିମିତ୍ତ

  କଲ୍ୟାଣ କରିବାକୁ ଇଚ୍ଛିଥିଲ ।

  ମୋର ଧୃଷ୍ଟତାକୁ ଫାଙ୍କି ଦେଉଥିଲ ।

   ମୁଁ ଦୁର୍ଭାଗା,

    ଚକ୍ରୀଙ୍କ ଚକ୍ରରେ ପେଶିହେଲି।

     କଲ୍ୟାଣ କରି ବି ହାରିଗଲ ତୁମେ ।

ନାରୀ !

 ତୁମେ ଜାୟା

  ତୁମେ ଲାବଣ୍ୟମୟୀ,

   ତୁମେ ହୀରଣ୍ମୟୀ ।

    ଭଗିନୀ ରୂପରେ

     ତୁମ ସର୍ବସ୍ବ ଅର୍ପିଲ

      ମୋର ଦୀର୍ଘାୟୁ ଜୀବନ ପାଇଁ।

କେତେବେଳେ ସଖା

 କେତେବେଳେ ସାଥିଟିଏ ହୋଇ

  ବନ୍ଧୁପଣିଆରେ ମୋର ସୁଖକୁ ଦେଖିଲ।

   ନିଜ ଲୁହ ବାଣ୍ଟିବାକୁ କୁଣ୍ଠା କଲ

    ସୁଖ ମୋର ମୋ ପାଖରେ ସାଇତି ରଖିଲ।

ହେ ନାରୀ !

 ତୁମଠାରେ ଫୁଲର ମହକ,

  ନଦୀ ଧାର ପରା ଏ ପାରି ସେ ପାରି

   ଜଞ୍ଜାଳକୁ ଭିଜେଇଲ ତୁମ ପୁଣ୍ୟ ସ୍ନେହେ।

    ସାଗରର ନୀଳିମାକୁ ପରାଜିତ କଲ

     ନିଜ ସ୍ବଚ୍ଛତା ଆଗରେ ।

ହେ ନାରୀ !

 ବସୁନ୍ଧରା ସାଜି

  ହେଲ ସର୍ବସହା !

   ପାଇ କ୍ରୂର ନିର୍ଯାତନା

    ମନାସିଲ କଲ୍ୟାଣ ଅପାର ।

ହେ ନାରୀ !

 ସଂସାରର ବିଶିଷ୍ଟ ସ୍ବରୂପ।

  କୁଳର କଲ୍ୟାଣୀ ।

   ତୁମ ନମ୍ରତାର ଆଗେ

    ମୁଁ ଚିର କୃତଜ୍ଞ ।

     ଆଉ ତୁମେ

      ମୋ' ଚିର ନମସ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational