STORYMIRROR

Chinmaya Kumar Nayak

Abstract

2  

Chinmaya Kumar Nayak

Abstract

ନାରୀ ତୁ ନାରାୟଣୀ

ନାରୀ ତୁ ନାରାୟଣୀ

1 min
2.7K

ଜୀଵନ ଜଞ୍ଜାଳ ବୈଶାଖେ ତୁମେ, 

ପ୍ରୀତିଝରା ଋତୁ ରାଣୀ

ନାରୀ ତୁମେ ଏଇ ଧରା ବକ୍ଷ ପରେ, 

ସାକ୍ଷାତ ନାରାୟଣୀ


ମାତା ଜାୟା ବନ୍ଧୁ ଭଗିନୀ ସାଜି ତୁ, 

ପୀୟୂଷର ଧାରା ଢାଳୁ

ଭରିଦେଇ ସବୁ ଫାଟ ଜୀବନର, 

ପ୍ରେମର ପ୍ରଦୀପ ଜାଳୁ


ସ୍ନେହ ଶ୍ରଦ୍ଧା ପ୍ରେମ ମମତା ବନ୍ଧନେ,

ବାନ୍ଧିଛୁ ସାରା ସଂସାର

ନାରୀ ଏ ଧରାରେ ସୃଷ୍ଟିର ଆଧାର, 

ତୋ ବିନା ସବୁ ଅସାର


ପୁରୁଷ ଜୀଵନ ନନ୍ଦନ ବନରେ, 

ତୁମେ ପୁଷ୍ପ ପାରିଜାତ

ହାହୁତାଶ ଭରା ମରୁଭୂମି ପରେ, 

ଶୁଶୀତଳ ଜଳତତ୍ତ୍ୱ


ଚୂଲିମୁଣ୍ଡେ ବସି ନିଆଁର ସହରେ, 

ପେଟ ପାଠ କଥା ପଢ

ଭୋକିଲା ଉଦର ବ୍ୟଥା ବୁଝିପାରେ, 

ପରିବାର ସୌଧ ଗଢ଼


ବାରବାର ଏଇ ନିଷ୍ଠୁର ସମାଜ, 

କଳଙ୍କ ତୋ ଦେହେ ବୋଳେ

ଦଂଶିତ କରେ ତୋ ଆତ୍ମା ଶରୀର, 

ମଥାପାତି ସହୁ ଧୀରେ


ଶକ୍ତିମୟୀ ତୁ ଯେ ଶକ୍ତିର ଆଧାର, 

ବିଶ୍ୱ ସ୍ଥିତି ମୁଳାଧାର

ଈଶ୍ୱର କରନ୍ତୁ ପୁରୁଷ ଆଖିରୁ 

ଦୂର ହେଉ ବ୍ୟଭିଚାର


ସବୁରୀ ହୃଦୟେ ଜାଗିଉଠୁ 

ଶୁଦ୍ଧ ଚେତନାର ଦୀପ ଶିଖା

ନାରୀ ପୂଜା ପାଉ ଅନ୍ତରେ ଅନ୍ତରେ 

ଭାଙ୍ଗି ବିକାରର ମୁଖା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract