Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SRIKANTA PRADHAN

Inspirational

4.0  

SRIKANTA PRADHAN

Inspirational

ନାରୀ ସ୍ୱରୂପା ନାରାୟଣୀ

ନାରୀ ସ୍ୱରୂପା ନାରାୟଣୀ

1 min
539



ନାରୀ ସର୍ବସଂହା ନାରୀ ନାରାୟଣୀ

ଆଧୁନିକ ନର ଅଜଣାଟି ଜାଣି l

ଜନମ ଦେବାରୁ ବୋଲାଏ ଜନନୀ

ସ୍ନେହ ଭାଗ କରି ହୁଏ ସେ ଭଗିନୀ l


ଜାୟା ସ୍ୱରୂପରେ କାୟା କରେ ଦାନ

ବତୀ ପରି ଜଳେ ସେ ସାରା ଜୀବନ l

ନିଜର ଜୀବନ ଜଳାଞ୍ଜଳି ଦେଇ

ବାଣ୍ଟିଥାଏ ସୁଖ ଏ ସମାଜ ପାଇଁ l


କୁମାରୀ ବୟସ ପିତାଙ୍କ ଶାସନ

ପତି କଥା ମାନି ସରଇ ଯୌବନ l

ଶେଷ ସମୟରେ ସନ୍ତାନ କଥାରେ

ପରାଧୀନ ଲେଖା ଯାହାର ମଥାରେ l


ଶାସ୍ତ୍ର କହେ ସିନା ନାରୀ ନାରାୟଣୀ

କାମାତୁର ଭୋଗ ବସ୍ତୁ ବୋଲି ଗଣି l

ଲାଞ୍ଚ୍ଛନା ଦିଅଇ ଦିଏ ଅପମାନ

ବଳି ପଡ଼େ ନିତ୍ୟ ନାରୀର ସମ୍ମାନ l


ଯେ ସମାଜେ ନାରୀ ସ୍ୱାଧୀନ ଯେତିକି

ସେ ସମାଜ ସିନା ଉନ୍ନତ ସେତିକି l

ସଂସାରେ ନାରୀ ହିଁ ସବୁଠୁ ସୁନ୍ଦର

କାର୍ଯ୍ୟ ରୂପ ଗୁଣେ ଅଟେ ଧୂରନ୍ଧର l


ନାରୀ ପାଇଗଲେ ପୂର୍ଣ୍ଣ ସ୍ୱାଧୀନତା

ସୁଧୁରି ଯିବ ଏ ବିଶ୍ୱର ବ୍ୟବସ୍ଥା l

ସଂସାର ନାରୀଙ୍କୁ ମାତୃ ସମ ମଣି

ପ୍ରଣାମ ଚରଣେ ନାରୀ ନାରାୟଣୀ l




Rate this content
Log in

Similar oriya poem from Inspirational