STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
187

ନାରୀ ତୁହି ନାରାୟଣୀ ଜଗତେ ବୋଲାଉ

ଧରଣୀ ରାଣୀ ହସୁ ଥାଏ ଯେବେ ତୁ ହସୁ ଥାଉ

ତୋ ଆଖିରେ ଲୁହ ଧରଣୀ ସହି ପାରେ ନାହିଁ

ଶ୍ରାବଣ ର ଧାରା ବର୍ଷି ଯାଏ କେବଳ ତୋରି ପାଇଁ

ଧରଣୀ ରାଣୀ ପରି ସବୁ ସହି ଯାଉଛୁ ତୁହି

କେବେ କେଉଁ କଥାରେ ପ୍ରତିବାଦ ତୋର ନାହିଁ

କେତେ ଦୁଃଖ ତୁହି ଜୀବନେ ସହିଛୁ

ଜୀବନ ସଂଗ୍ରାମରେ ତୁ ଆଗେଇ ଆସିଛୁ

ଧରଣୀ ପରି ବିଶାଳ ପଣତେ

ତୋ ସନ୍ତାନକୁ ନେଇଛୁ ଆପଣାଇ

ମାଆ ରୂପରେ କେତେ କଷ୍ଟ ସହିଛୁ ଜନ୍ମ ଦାତ୍ରି ହୋଇ

ବିପତ୍ତିର ସମ୍ମୁଖିନ ହେଉ ତୁହି ନାରାୟଣୀ ରୂପ ହୋଇ

ନିର୍ଭିକତା ଦାମ୍ଭିକତା ତୋ ଭିତରେ ସଦା ରହି ଥାଇ

ନାରୀ ତୋ ପାଇଁ ସୃଷ୍ଟି ସମ୍ଭବ ହୋଇଛି

ତୋରି ମମତା ପାଇଁ ଶିଶୁ ଟିଏ ତା ଭବିଷ୍ୟ ଗଢିଛି

ନାରୀ ତୁ ପୁଜ୍ୟା ହୋଇ ଯୁଗେ ଯୁଗେ ରହିଛୁ

କେବେ ତୁ ସାବିତ୍ରୀ କେବେ ତୁ ଅନୁସୁୟା ହୋଇ

ତୋ ସତୀତ୍ବ ଦେଖାଇଛୁ

ନାରୀ ତୋତେ ନାରାୟଣୀ ରୂପରେ ଜଗତ ମଣୁଛି

ତୋରି ବିରତ୍ଵ ତୋରି ମହାନତାକୁ 

ଧରଣୀ ରାଣୀ ଦେଖୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics