STORYMIRROR

SACHALA GURU

Inspirational

3  

SACHALA GURU

Inspirational

ନାରୀ ନାରାୟଣୀ

ନାରୀ ନାରାୟଣୀ

2 mins
272

ପୂରୁବ ବଙ୍ଗର ପବନା ଜିଲ୍ଲାର 

ହିମାଇତ ପୁର ଗ୍ରାମେ 

ମାତା ସ୍ନେହମୟୀ ଆଇ କୃପାମୟୀ 

ମନମୋହିନୀ ଜନମେ II


କମଳାକାନ୍ତଙ୍କ ଅଲିଅଳି କନ୍ୟା 

କୃଷ୍ଣ ସୁନ୍ଦରୀ ଅଟଇ 

ଚୌଧୁରୀ ବଂଶର ସୁଯୋଗ୍ୟ ସନ୍ତାନ 

ରାମେନ୍ଦ୍ର ନାରାୟଣ ହିଁ II


ମାତା କୃପାମୟୀ ଉଭୟଙ୍କ ମଧେ 

ବିବାହ କରିଲେ ଯାଇ 

ମାତା ଭକ୍ତିମତି ଈଶ୍ୱରୀୟ ଶକ୍ତି 

ପବିତ୍ର ହୃଦୟ ନେଇ II


ତାଙ୍କ କୋଳେ ଜନ୍ମ ଛଅଟି ସନ୍ତାନ 

ଚତୁର୍ଥ ମନମୋହନୀ 

ପିତା ଧନଶାଳୀ ସ୍ନେହସୁଖେ ପାଳି 

ଥିଲେ ଗଣ୍ୟ ମାନ୍ୟ ଧନୀ II


କନ୍ୟା ରତନକୁ ଅତି ଯତନରେ 

ପାଖରେ ରଖି କୁହନ୍ତି 

ସଂସାରିକ ଧର୍ମ ନୀତିଶିକ୍ଷା ଦେଇ 

ଆନନ୍ଦେ ଢୋଲ ବଜାନ୍ତି II


ନିରାମିଷ ଖାଦ୍ୟ ଭୋଜନ କରନ୍ତି 

ଶରୀର ସୁସ୍ଥତା ପାଇଁ

ଆମିଷ ଖାଇଲେ ରିପୁ ଜାତ ବୋଲି 

କୁହନ୍ତି ତାଙ୍କୁ ବୁଝାଇ II


ଆଠ ବରଷର ମନମୋହିନୀଙ୍କ 

ହସ୍ତକୁ ଦେଖି ଜ୍ୟୋତିଷ 

ଗଣନା କରିଣ କହନ୍ତି ତାହାଙ୍କୁ 

ପୂର୍ବ ଆଗତ ଭବିଷ୍ୟ II


ଏହି ଦୁହିତାକୁ ବଡ଼ ଲୋକେ ତାକୁ 

ପୂଜା ଅର୍ଚ୍ଚନା କରିବେ 

ଯେଉଁ ଘରେଝିଅ ବିବାହ କରିବ 

ସ୍ୱାମୀ ଅଭାବରେ ଥିବେ II


ଆଠ ବରଷରୁ ଭାଗବତ ପ୍ରତି 

ଥିଲା ତାଙ୍କ ଆରାଧନା 

ମାଆଙ୍କ ଜିଜ୍ଞାସା ପରମ ଆକାଂକ୍ଷା 

ଈଶ୍ୱର ପ୍ରାପ୍ତ ସାଧନା II


ପ୍ରମାତାମୟୀଙ୍କ ରାଧାକୃଷ୍ଣ ପୂଜା 

ରାଧା ମଦନ ମୋହନ 

ପ୍ରଭୁଙ୍କର ଦୃଶ୍ୟ ମନମୋହିନୀଙ୍କ 

ବଳିଲା ତାହାଙ୍କ ମନ II


ଜାଣିବାର ଇଚ୍ଛା କରିବା ଆକାଂକ୍ଷା 

ମନ କୁ ଦୃଢ କରିଲା 

କୃପାମୟୀ ଆଇ କୁହନ୍ତି ସେ ଯାଇ 

ପୂଜା କରିବି କହିଲା II


ଆଇ କହିଥିଲେ ଦୀକ୍ଷା ବିନା ପୂଜା 

ନୁହଇ କେବେ ସମ୍ଭବ 

ଯେବେ ନେବୁ ଦୀକ୍ଷା କରିବୁ ତୁ ଶିକ୍ଷା 

ପାଇବୁ ତାହାଙ୍କ ଭାବ II


ଦୀକ୍ଷା ବିନା ପୂଜା ଫଳପୁଷ୍ପ ଜଳ 

ହୁଅଇ ତାହା ନିଷ୍ପଳ 

ପିତା ପାଖେ ଅଳି କରିଥିଲେ ମାତା 

ପାଇ ନ ଥିଲେ ତା'ଫଳ II


ପ୍ରଭୁଙ୍କର ନାମ ପାଇବା ପାଇଁ କି 

ଥିଲା ତାଙ୍କର ଆଗ୍ରହ 

ଯେତେ ନାମ ଦେଇ ମନ ନ ବୁଝଇ 

କାନ୍ଦିଣ ଉଠାଇ କୋହ II


ରାମ ନାରାୟଣ ବୁଝଇ କାରଣ 

ବୁଝି ଅବୁଝା ହୁଅଇ 

ଦୀକ୍ଷା ନେବା ପାଇଁ ଶରଧା ବଳଇ 

ମନରେ ଆଶା କରଇ ll


ଗ୍ରାମ ସୁବିଖ୍ୟାତ ବ୍ରାହ୍ମଣ ପଣ୍ଡିତ 

ସେହି ଭଗବାନ ଚନ୍ଦ୍ର 

ଗୃହକୁ ଡକାଇ ମନ୍ତ୍ରକୁ ଶିଖାଇ 

ନୁହେଁ ସେଥିରେ ଆନନ୍ଦ ll


ବ୍ରାହ୍ମଣଙ୍କ ମନ୍ତ୍ର ନୁହଁଇ ସନ୍ତୁଷ୍ଟ 

ଆଈଙ୍କୁ ପଚାରେ ନାମ 

ଆଈମାଆ କୁହଇ ସେ ନାମରେ ନାହିଁ 

ରାଧା ନାମ କୃଷ୍ଣନାମ ll


ନିରାଶ ହୃଦୟେ ପିତାଙ୍କୁ ସେ କୁହେ 

ପାଇବାକୁ ସେହି ନାମ 

ପିତା ନାରାୟଣ କୁହନ୍ତି ବୁଝାଇ 

ସ୍ୱପ୍ନରେ ସେ ଦେବେ ନାମ ll


ନୂତନ ଆଶାର ହୃଦୟ ସଞ୍ଜlର 

ବେଳୁ ବେଳ ଯେ ହୋଇଲେ 

ସାନ ଭାଇ ଲୋହl ମନ ଦୁହେଁ ମିଶି 

ସନ୍ଧ୍ୟାରେ ପ୍ରାର୍ଥନା କଲେ ll


ମାସ ମାସ ଧରି ପ୍ରଭୁ ନାମ ସ୍ମରି 

ନାମ ପାଇବାର ନିଷ୍ଠା 

ପ୍ରଭୁ ନିରାକାର ବୁଝିଲେ ଆକୁଳ 

ଭଗବାନ ପ୍ରାପ୍ତି କାଷ୍ଟl ll


ଠାକୁର ଘରର ଚଉଦୋଳଠାରେ 

ପ୍ରାର୍ଥନା କରି ଶୁଅନ୍ତି 

ନିଶାରାତ୍ରି ଦେଖି ପରମ ବ୍ରହ୍ମସି 

ତାହାଙ୍କୁ ନାମ ଦିଅନ୍ତି ll


ସୁଠାମ ସୁନ୍ଦର ଉଜ୍ଜଳ ପୁରୁଷ 

ମୁହଁରେ ପାଚିଲା ନିଶ 

ନିଶ ଦାଢ଼ି ଧରି ମୁଣ୍ଡରେ ପଗଡି 

ପହଁଚିଲେ କନ୍ୟା ପାଶ ll


ମହାପୁରୁଷଙ୍କ ସ୍ୱପ୍ନ ନାମ ଥିଲା 

ଉଚ୍ଚତମ ବୀଜମନ୍ତ୍ର 

ତାଙ୍କର ଭାଷାଟି ସୁନ୍ଦର ସୁମିଷ୍ଟ 

ମୋହିନୀଙ୍କ ଦୀକ୍ଷା ପ୍ରାପ୍ତ ll


ଆକୁଳ ପ୍ରାର୍ଥନା ନିଷ୍ଠାର ସାଧନା 

ସ୍ୱପ୍ନରେ ପାଇଲେ ନାମ 

ଆନଦ ମନରେ ଲୋକଙ୍କ ଆଗରେ 

ଗାଇ ପ୍ରଭୁଙ୍କ ସୁନାମ ll


କନ୍ୟାକୁ ସାନ୍ତ୍ୱନା ଦେଇଣ ବୁଝାନ୍ତି 

ଚିତ୍ତରେ ପ୍ରଭୁଙ୍କ ରୂପ 

ପିତାଙ୍କ ନିର୍ଦେଶ ଆଈଙ୍କ ଆଦେଶ 

ସ୍ୱପ୍ନ ପ୍ରାପ୍ତ ନାମ ଜପ ll


ଗୁରୁ ହଜୁରଙ୍କ ଦୀକ୍ଷା ପ୍ରାପ୍ତ ଲଭି 

ହେଲା ଗୁରୁ ପ୍ରତି ନିଷ୍ଠା 

ପ୍ରଭୁ ପ୍ରେମମୟ ସତ୍ୟ ନିରଞ୍ଜନ 

ହୃଦରେ କଲେ ପ୍ରତିଷ୍ଠା


ମନମୋହିନୀଙ୍କୁ ନଅ ବରଷରେ 

ବିବାହ କରିଣ ଦେଲେ 

ମାର୍ଗଶିର ମାସ ତେର ତାରିଖରେ 

ଚକ୍ରବର୍ତ୍ତୀ ବଧୂ ହେଲେ ll


ସ୍ୱାମୀ ଶିବଚନ୍ଦ୍ର ଅପୂର୍ବ ଆନଦ 

ଚବିଶ ବର୍ଷ ବୟସ 

ଭଗବାନ ପ୍ରେମୀ ଶାନ୍ତ ପଵିତ୍ରର 

ଧର୍ମପରାୟଣ ସ୍ପର୍ଶ ll


ପରମ ଆରାଧ୍ୟା ଜଗତ ଜନନୀ 

ମାତା ମୋ ମନମୋହିନୀ 

ପଵିତ୍ର ସତୀତ୍ୱ ସର୍ବ ଗୁଣଶାଳୀ 

ଅଟେ ଜଗତପାଳିନି ll


ଅନ୍ତର ଆତ୍ମାରେ ପ୍ରତି ମୁହୂର୍ତ୍ତରେ 

ସତ ନାମ ଜପି ଥାନ୍ତି 

ପଵିତ୍ର ନିଷ୍ଠାରେ ଭାବ ଭାବନାରେ 

ପରଂବ୍ରହ୍ମଙ୍କୁ ଆଣନ୍ତି ll


ମାତୃ ଗର୍ଭରେ ବାର ମାସ ଯାଏ 

ରହିଥିଲେ ପୁଣ ସେହି 

ଧ୍ୟାନର ବଳରେ ମୁନି ଋଷି ମାନେ 

ତାହାଙ୍କୁ ଜାଣିଲେ ଯାଇ ll


ସତଗୁରୁ ରୂପି ପରମ ପିତାଙ୍କୁ 

ଲାଭ କରିବାର ଯହିଁ 

ଏକାନ୍ତ କାମନା ମନମୋହିନୀଙ୍କ 

ଅମୃତ ସନ୍ତାନ ପାଇଁ ll


ପ୍ରଭୁ ନିରଞ୍ଜନ ସତ୍ୟ ସନାତନ 

ମାତୃ ଗର୍ଭରୁ ଜନ୍ମିଲେ 

ଭୂମିଷ୍ଠ ହୋଇଣ ଚକ୍ଷୁକୁ ଟେକିଣ 

ମୁହଁ ବୁଲି ଚାହୁଁ ଥିଲେ II


ଜନମ ମାତ୍ରକେ ଗୃହ ଆଲୋକିତ 

ଗୌରାଙ୍ଗ ରୂପକୁ ଧରି 

ଲାଣ୍ଡିତ ମସ୍ତକ କରିସ୍ମିତ ହାସ

ଅପୂର୍ବ ସୌନ୍ଦର୍ଯ୍ୟ ପୁରୀ II


ନାରୀ ନାରାୟଣୀ ଜଗତ କଲ୍ୟାଣୀ 

ଧନ୍ୟା ସେ ମନ ମୋହିନୀ 

ଯୁଗେ ଯୁଗେ ସେହି ସାରା ବିଶ୍ୱେ ପାଇଁ 

ହୁଏ ମଙ୍ଗଳକାରିଣୀ ll


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Inspirational