STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ନାରୀ ଜନ୍ମରୁ ଅପରାଜିତା

ନାରୀ ଜନ୍ମରୁ ଅପରାଜିତା

2 mins
32


ଗର୍ଭସ୍ଥ ଭ୍ରୁଣକୁ ଘୃଣା ଥାଇ ସୁଦ୍ଧା

ଶିଶୁ କନ୍ୟା ରୂପେ ଜାତ

କୋମଳ ଓଠର ଧାରେ ଧାରେ ହସ

କ୍ରମେ ସର୍ବେ ବଶୀଭୂତ

କ୍ରମେ ମନ ଜିଣି ବାପାଙ୍କର ପରୀ

ରାଜ କୁମାରୀ ମାନ୍ୟତା

ସୁକୋମଳ ପାଦ ଘର ଅଗଣାରେ

ଫୁଲ ପରି ପ୍ରସ୍ପୁଟିତା 

କଣ୍ଢେଇ ସଦୃଶ ଚେହେରା ଜିଣିଲା

ସବୁରି ଟାଣ ହୃଦୟ

ଗୁଲୁରୁ ଗାଲୁରୁ କଥା ଶୁଣି ସର୍ବେ

ଯାଚିଲେ ଅଯଥା ସ୍ନେହ

ସାଙ୍ଗ ସାଥି ମେଳେ କେତେ ଖେଳ ଖେଳି

ହୃଦୟ ଜିତିବା ସହ

ଶିକ୍ଷା ଦୀକ୍ଷା ସହ ହେଲା ପରିଚିତ 

ମନ କୁ କରିଲ ଥୟ ।


ଅଗଣା ର ଫୁଲ ଫୁଟି ଚହଟିଲା 

ପାଗଳ ହେଲେ ଭ୍ରମର

ଘୋଡ଼ା ଚଢ଼ା ରାଜ କୁମାର କୁ ଚାହିଁ

ସ୍ଵପ୍ନରେ ହେଲ ବିଭୋର

ସାଥୀ ନୂଆ ନୂଆ ଭାବ ଦିଆନିଆ

ଭାବନା ଥିଲା ମନରେ

ଜୀବନର ସାଥୀ ସହ ଭେଟ ହେଲା

ବିବାହ ବେଦୀ ଉପରେ

ଲାଜକୁଳୀ ଲତା ପରି ବଧୂ ବେଶ

ପ୍ରଣମି ଗୁରୁଜନ ଙ୍କୁ

ଯୋଡ଼ି ହୋଇ ନୂଆ ପରିବେଶ ସହ

ଆବୋରି ନେଲ ପର କୁ ।


ସ୍ବାମୀ ସହ ସୁଖ ସମ୍ପର୍କ ସ୍ଥାପନେ

ହୃଦୟ ସହଜେ ଜିଣି

ଦୁହିତା ର ଧର୍ମ ପାଳନ କରିଲ

ଦୁଇ କୁଳ ମନ କିଣି

ଖୁସିରେ ମାଆର ଭୂମିକା ଗ୍ରହଣ 

ମମତା ରସ ଚଖାଇ

ଜିଣି ଗଲ ନିଜ ସନ୍ତାନର ମନ

ମାତୃତ୍ୱ ହୃଦୟ ଥାଇ

ଜନନୀ ଭାବରେ ଅଜାଡ଼ି ସେନେହ

ସନ୍ତାନ ପ୍ରେମରେ ମଜ୍ଜି

କେତେ ଯେ ଅର୍ଦ୍ଦଳି ମଥା-ପାତି ସହି

ଜୀବନେ ଲଗାଇ ବାଜି

ନିଜର ମହତ ପଣିଆ ସ୍ୱଭାବେ

ଅମୃତ ହାତ ରନ୍ଧାରେ 

ସନ୍ତାନର ସୁଖ ଶିରୀ ଭବିଷ୍ୟତ

ଚିନ୍ତା କଲ ହୃଦୟରେ ।


ଇତିହାସ ପୃଷ୍ଠା ପୁରାଣ ପୋଥିରେ

ନାରୀ ହିଁ ଅପରାଜିତା

କେବେ ଲାଜକୁଳୀ କେବେ ବିରାଙ୍ଗନା

କେବେ ଦେବୀ ର ମାନ୍ୟତା

ଦେଶର ବିକାଶ ପ୍ରଗତି ହେଉଛି

ନାରୀ ହୋଇଲେ ଶିକ୍ଷିତ

ଘରେ ଓ ବାହାରେ ସମାଜ ସେବାରେ

ଶାନ୍ତି ହୁଏ ବିରାଜିତ

ନାରୀ ସମାଜର ଅବିଚ୍ଛେଦ୍ୟ ଅଙ୍ଗ

ନାରୀ ବିହୁନେ ଅଧୁରା

ବିଜୟୀ ଭାବନା ହୃଦେ ରହି ଅଛି

ଚିନ୍ତାଧାରା ବି ନିଆରା

ନାରୀ ହୋଇ ଏହି ଧରାରେ ଜନ୍ମିବା

ମୋହ ମାୟା ନୁହେଁ ମାତ୍ର

ସବୁଠୁ ଉର୍ଦ୍ଧରେ ନାରୀର ଆସନ

ନାରୀ ସର୍ବଦା ପବିତ୍ର ।


ହେ ନାରୀ ସମାଜ ଅତୀତ କୁ ହେଜ

ଅବଳା ଦୂର୍ବଳା କହି

ପୁରୁଷ ପ୍ରଧାନ ସମାଜରେ ତୁଚ୍ଛ

ଭାବନା ବି ଥିଲା ରହି

ତୁମେ ପରା ସୀତା ରାଧା ମୀରା ଦେବୀ

କାଳୀ କମଳା ବିମଳା

ତୁମେ ଲକ୍ଷ୍ମୀ ବାଇ ଅହଲ୍ୟା ଶବରୀ

ହୃଦେ ସ୍ଵୟଂ-ସିଦ୍ଧା କଳା

ଆଧୁନିକ ସଭ୍ୟତାର ଆଢ଼ୁଆଳେ

ନିଜ ଶରୀର ସଜେଇ

ଆମ ପରମ୍ପରା ଆମର ସଂସ୍କୃତି

ଦିଅନି ଆଦୌ ଦୂରେଇ

ଭାରତୀୟ ନାରୀ ରକ୍ତରେ ବିଜୟ

ଅଜେୟ ଅପରାଜିତା

ଜନ୍ମ ରୁ ହିଁ ତୁମେ ହୃଦୟ ଜିଣିବା

କଳା ରଖିଛ ସାଇତା

ନାରୀ ଜନ୍ମ ତୁମ ସାର୍ଥକ ହୋଇଛି

ଅପରାଜିତା ରୂପରେ

ସଶକ୍ତି କରଣ ହେଉ ନାରୀ ଜାତି

ଚଳନ୍ତି ସମୟ ଧାରେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract