STORYMIRROR

DHARITRI SAHU

Classics

3  

DHARITRI SAHU

Classics

ନାରୀ -ଏକ ପତ୍ନୀ

ନାରୀ -ଏକ ପତ୍ନୀ

1 min
807

ପତ୍ନୀ "ଯଜ୍ଞର ହୋମ କୁଣ୍ଡ ରୁ 

ଆଉଟା ହୋଇ ଆସିଥିବା ସୁବର୍ଣ୍ଣ ମୁର୍ତ୍ତି କା

 ସେ ହେଉଛି ନାରୀ।


ଧର୍ମ ଅଧର୍ମ ପାପ ପୂଣ୍ୟର 

ହିସାବ ନିକାଶ କରି

ଜୀବନ କୁ ସଂସାରର 

କଷୋଟି ପଥରରେ

ଆଉଟୁ ଥିବା 

ନାରୀଟିଏ ଏକ ପତ୍ନୀ।


ପ୍ରେମର ମଣି ମୁକ୍ତା ରତ୍ନ କୁ 

ଠାବ କରି

ବିବାହ ବନ୍ଧନର ପରମ୍ପରାକୁ 

ଏକ ଶକ୍ତ ଲୌହ କବଚାବୃତ 

କରି ରଖିଥିବା ନାରୀଟିଏ ଏକ ପତ୍ନୀ।


ମହା ଭାରତୀୟ ପରମ୍ପରାରେ 

ଐଶ୍ଵର୍ଯ ବିଭୁଷିତ ସେହି

ଚୁକ୍ତି ପତ୍ରକୁ ସାତ ଗଣ୍ଠି ଦେଇ 

ସାଇତି ରଖିଥିବା

ନାରୀଟିଏ ପତ୍ନୀ।


ମଥାର ପାଞ୍ଚ ଟଙ୍କିଆ 

ସିନ୍ଦୁର ର ନାଲି ଗାର କୁ

ଜୀବନ ସାରା କର୍ତ୍ତବ୍ୟ ର 

ଜୈତ୍ର ଧ୍ୱଜା ମାନି

ନିଜକୁ ଅହ୍ୟସୁଲକ୍ଷଣୀର 

ଦାୟୀତ୍ବ ବହନ କରିଥିବା 

ନାରୀଟିଏ ଏକ ପତ୍ନୀ।


ସ୍ଵାମୀ ସୋହାଗିନୀ ,ଆଦର୍ଶ ଜନନୀ,

ଆଦର୍ଶ ଘରଣୀ,ଆଦର୍ଶ ବୋହୁ ର 

ନାଲି ନେଳି ଶୃଙ୍ଖଳକୁ

ଶୃଙ୍ଗାର ମାନି ନେଇ ଥିବା 

ନାରୀଟିଏ ଏକ ପତ୍ନୀ।


ବିନା ସିଂହାସନ, 

ବିନା ପାଟଛତି ବିନା ମୁକୁଟ ରେ 

ସେ ତା କୁଡିଆ ହେଉ 

ଅବା ଉଆସ ହେଉ

ସେ ମହାରାଣୀ,

ସେ ବୋହୁ ରାଣୀ,

ସବୁ ଫରମାନ୍ ସବୁ ଅନୁଶାସନ 

ଏବଂ ସବୁ ଅଳି ଅର୍ଦ୍ଦଳି କୁ

 ନିଜ ଦେହ ର ପ୍ରତିଟି ଲୋମ କୂପରେ

ଶିକ୍ତ କରି ରଖିଥିବା 

ନାରୀଟିଏ ଏକ ପତ୍ନୀ।


ଅନ୍ୟର ସ୍ବପ୍ନରେ ସ୍ଵପ୍ନ ଦେଖିବା,

ଅନ୍ୟର ଖୁସିରେ ଖୁସି ହେବା,

ଅନ୍ୟର ଦୁଃଖ ରେ ଆଖିରୁ 

ଲୁହ ଗଡାଇବା,ଦୟା,କ୍ଷମା ଶାନ୍ତି ପ୍ରିତି କୁ 

ଗହଣା କରି ପିନ୍ଧି ନିଜକୁ 

ସୌଭାଗ୍ୟ ବତୀ ଭାବୁଥିବା 

ନାରୀଟିଏ ଏକ ପତ୍ନୀ।


କେତେ ପାଇଲା ,କେତେ ଦେଲା,

କିଏ ଦେଲା ଓ କିଏ ନ ଦେଲା ର 

ମିଶାଣ ଫେଡାଣ ଭୁଲି ଯାଇଥିବା 

ନାରୀଟିଏ ଏକ ପତ୍ନୀ।


ଆଶା ତାର ଦୁଃଷପ୍ରାପ୍ୟ, 

ଇଛା ତାର ଖରା ଛାଇରେ ଖେଳ,

ତଥାପି ତାର ବରାଭୟର ଆଞ୍ଚଲ ରେ

ସେ ଆବୃତ କରି ରଖିଛି 

ତାର ସଂଖ୍ୟା ସିନ୍ଦୁର,

ତାର ବାତ୍ସଲ୍ୟ ମମତା,

ତାର କର୍ତ୍ତବ୍ୟ ର ଅଗମ୍ୟ ପାହାଡକୁ, 

ସେଥିପାଇଁ ସେ ମହାନ 

ସେ ମହିୟସୀ ,ସେ ନମସ୍ୟ 

ସେ ଏକ ନାରୀଟିଏ

କିନ୍ତୁ ସୁପତ୍ନୀ ଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics