STORYMIRROR

rasmi maye pati

Inspirational

3  

rasmi maye pati

Inspirational

ନାରୀ ଏକ ବିଶ୍ଳେଷଣର ଫର୍ଦ୍ଦ

ନାରୀ ଏକ ବିଶ୍ଳେଷଣର ଫର୍ଦ୍ଦ

1 min
181


ଭୃଣ ହତ୍ୟା ଠାରୁ ଧର୍ଷିତା ପର୍ଯ୍ୟନ୍ତ

ସତୀ ଦାହ ଠାରୁ ପର୍ଦ୍ଦା ପ୍ରଥା ପର୍ଯ୍ୟନ୍ତ

  ଏନ୍ତୁଡି ନିଆଁ ଠୁ ବଧୁ ହତ୍ୟା ପର୍ଯ୍ୟନ୍ତ

ଜନକ ନନ୍ଦିନୀ ଠୁ ଦ୍ରୌପଦୀ ପର୍ଯ୍ୟନ୍ତ

  ଉଡିଯାଏ ଅବହେଳି ତାର ଫର୍ଦ୍ଦ ଫର୍ଦ୍ଦ

ନାହିଁ କିଛି ସମାଧାନ ଏ ପର୍ଯ୍ୟନ୍ତ

କେବଳ ନାରୀ ହିଁ ବିଶ୍ଳେଷଣର ଫର୍ଦ୍ଦ ମାତ୍ର  । 

କର୍ତ୍ତବ୍ୟର ଦାସଟିଏ ପାଇଁ

   ସତେ ସେ ନେଇଛି ଠିକା ସାରା ବିଶ୍ଵରେ

କଳୁଷିତର ପେଶାକୁ ସାଙ୍ଗରେ ଧରି

   ଅଭିଶପ୍ତ ଘୁଙ୍ଗୁରକୁ ବାନ୍ଧିଚି ସେ ପାଦରେ ।

ନାଚି ଯାଉଛି ସେ ଛମ୍ ଛମ

 ଜଳନ୍ତା ଜୁଇ ପର୍ଯ୍ୟନ୍ତ

ପାଦ ରକ୍ତାକ୍ତ ହେବା ଯାଏଁ 

  ସେଥିରେ ବି ତାର ଆତ୍ମା ତୃପ୍ତ ।

 ମିଳେନି ସମାଧାନ ଏ ପର୍ଯ୍ୟନ୍ତ 

  କେବଳ ନାରୀ ଏକ ବିଶ୍ଳେଷଣର ଫର୍ଦ୍ଦ ମାତ୍ର ।

ସମାଧାନର ରାସ୍ତା ପାଇଁ

 କେତେ ପ୍ରଶାସନ କେତେ ନ୍ୟାୟାଳୟ

ଶେଷ ପରିଣତି ହିଁ କେବଳ

  ନିରୁତ୍ସାହ ଓ ନିରୁପାୟ ।

ବର୍ଷ ବର୍ଷ ଧରି ପ୍ରତୀକ୍ଷାର ପାବଛରେ

  ଆଣ୍ଠୁ ଗଣ୍ଠି ଛିଡିଯାଏ

ତଥାପି ସମାଧାନ ବିହୀନ ପ୍ରଶ୍ନ ଗୁଚ୍ଛ

  ନାରୀ ହିଁ ବିଶ୍ଳେଷଣର ଫର୍ଦ୍ଦଟିଏ ।

 ଶେଷରେ ସବୁ ଦୋଷ ମୁଣ୍ଡରେ ମୁଣ୍ଡେଇ

  ଛନ୍ଦି ହେଲା ଅପବାଦର ଜ୍ଵାଳାରେ

ତାର ନଗ୍ନତା ଓ ଉଗ୍ର ଆଧୁନିକତା ଲାଗି

   ସବୁ ଆଜି ବିନାଶ ମୁଖରେ ।

ତେବେ ଏତିକି ସାବଧାନ କି ଯଥେଷ୍ଟ

 ନାରୀ ଏକ ବିଶ୍ଳେଷଣର ଫର୍ଦ୍ଦ ମାତ୍ର

ନାହିଁ ତାର ସମାଧାନର ସୂତ୍ର

ଯୁଗ ଯୁଗ ଧରି ବ୍ୟାପିଛି

 ନାହିଁ ତାର ପରି ସମାପ୍ତ।

ଫର୍ଦ୍ଦ ଫର୍ଦ୍ଦ ଉଡେ଼ ଖାଲି

  ବିଶ୍ଳେଷଣ ପୃଷ୍ଠାରେ

ଆସିଲେ ମାଆ ଦୟାମୟୀ 

 ପାର୍ବଣର ଋତୁରେ ।

ଶକ୍ତି ଦିଅ ମା ନାରୀକୁ

  ନିଜେ ତାର ବିଶ୍ଳେଷଣ କରୁ

ଦିଅ ମା ତାକୁ ବିଜୟୀ ତ୍ରିଶୂଳ

  ବଳାତ୍କରୀକୁ ସଂହାର କରୁ ।

ଶିଖା ଅ ମାଆ ବିଜୟର ମନ୍ତ୍ର

   ସବୁ କରୁ ମୁକାବିଲା

ବିଶ୍ଳେଷଣର ଫର୍ଦ୍ଦ କରି ସମାପ୍ତ

  ରହୁ ସଦା ବନ୍ଦନୀୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational