ନାରୀ ଅନ୍ତଃସ୍ୱର
ନାରୀ ଅନ୍ତଃସ୍ୱର
ନାରୀ ଅନ୍ତଃମୁଖୀ ଅନ୍ତଃସ୍ୱରେ
ନିର୍ଝରିଣୀ ବାସ୍ତବ ଭିତରେ
କେବେ ପିତା ମାତା ଭାଇଭଗ୍ନୀ
କେବେ ସାଙ୍ଗ ସାଥି ସହୋଦରେ
ଝୁରି ମରେ ପରିଚୟ ଇସ୍ତାହାର
ନୟନରେ ଅଶ୍ରୁ ଢଳ ଢଳ
ସତେ ଶିଶିର ଟୋପା ମମତାରେ
ଆଖିରେ ସ୍ନେହ ର ଚାହାଣି
ହୃଦୟେ କୁଠାରଘାତ ବାରମ୍ବାର
ସମୁଦ୍ର ପରି ଢେଉ ପିଟୁଥାଏ
ଅନ୍ତଃସ୍ୱରେ ସର୍ବେ ଭବନ୍ତୁ ସୁଖିନଃ
ନିରାମୟ ସାରସ୍ୱତ ନିରହଙ୍କାର
ଶୁନ୍ୟ ମନେ ବୃନ୍ଦାବନ ମଥୁରା
ଝୁରେ ଫେରିଆ ତୁ ଶ୍ୟାମଘନ
ଯଶୋଦା, ଦେବକୀ ପୁଣି ସ୍ପନ୍ଦନ ରାଧାର
ଅନ୍ତଃସ୍ଵରେ ଜଳେ ଦୀପ ଖଣ୍ଡାଧାର
ପରିପୂରକ ଅନୁପୂରକ ଚେତନା ଚୈତନ୍ୟର
ସଦା ନିର୍ଝର ଓଁ କାର
ତପସ୍ୱିନୀ ପ୍ରଣୟିନୀ ଅନ୍ତଃସ୍ଵରେ
ନିର୍ଝର ସୁଷମା ପୂର୍ଣ୍ଣ ବୈଭବ ଅପାର
ନାରୀ, ଥିଲା ଝିଅ ହୁଏ ବୋହୁ
ବାଣ୍ଟି ଦେଇ ନିଜ ପ୍ରୀତିର ଭଣ୍ଡାର
ଅନ୍ତଃସ୍ୱର ମାଗେ ପରିଚୟ ଟୋପେ ପ୍ରେମର
ନାରୀ ରୂପେ ଜନନୀ ଭଗିନୀ ଶ୍ରୀମନ୍ତିନୀ
ଅନ୍ତଃସ୍ୱର ମାଗେ ଟିକେ ସିନ୍ଦୁର
ଆନ୍ତରିକତା ପୂର୍ଣ୍ଣ ମନ ସାରଥୀର
ଦୀପ ଜଳେ ଚଉରାରେ
ଭୋଗ ବାଢେ ମନ୍ଦିରରେ
ଅନ୍ତଃସ୍ଵରେ ସବୁଦିନ ଜଳୁଛି ଜାଗର.
