Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Classics

4  

Bharatabandhu Biswal

Romance Classics

ନାମାମୃତ

ନାମାମୃତ

1 min
147



ଆସ ସାଙ୍ଗ ପ୍ରାଣ ମିତ

ଦୋଳ ବିମାନରେ ଆସୁଛନ୍ତି ଦେଖ

ଦେବ ରାଧା ଗୋପୀନାଥ ।


ବରଷକେ ଥରେ ଆସିଅଛି ହୋରି

ରଙ୍ଗ ଅବିର ପରବ

ବସନ୍ତ ଉତ୍ସବେ ସରବ ମଙ୍ଗଳ

ବରଷିଲେ ରଙ୍ଗ ଶୁଭ

ସାଙ୍ଗ ଆସ ଝୁମିବା

ମୁହେଁ ରଙ୍ଗ ବୋଳିବା

ନାଚିକି ଖାଇବା ଗୀତ ।

ଆସ ସାଙ୍ଗ ପ୍ରାଣ ମିତ ....


ମଧୁର ସୁନ୍ଦର ଫଗୁଣ ମିଳନ

ସୁମଧୁର କୃଷ୍ଣ ତତ୍ତ୍ଵ

ମନରେ ମହକେ ଆନନ୍ଦ ଉଲ୍ଲାସ

ସମାବେଶେ ଦ୍ୱିଗୁଣିତ

ନାମ ସଙ୍କୀର୍ତ୍ତନ

ପୀଚକାଳି ଖେଳେ

ଚିତ୍ତ ହୁଏ ପୁଲକିତ ।

ଆସ ସାଙ୍ଗ ପ୍ରାଣ ମିତ...


ଇନ୍ଦ୍ରଧନୁ ଦିଶେ ମନର ଆକାଶେ

ସପ୍ତରଙ୍ଗ ସମାହାର

ସୁଧୀର ଲୋହିତ ସବୁଜ ଶ୍ୟାମଳ

ସମନ୍ୱୟେ କେବେ ଶୁଭ୍ର

ମଧୁ ମାସ ରାସ 

ଅପୂର୍ବ ଅନନ୍ୟ

ଫଗୁଝରା ନାମାମୃତ ।

ଆସ ସାଙ୍ଗ ପ୍ରାଣ ମିତ....।।


Rate this content
Log in

Similar oriya poem from Romance