Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Horror

3.5  

Kumarlal Rana

Horror

ନାଳୀ ରକ୍ତ

ନାଳୀ ରକ୍ତ

1 min
107


ହେଲ ଆତତାୟୀ ସ୍ୱାମୀ କରମକୁ ଛାଡ଼ି l

ନିର୍ଦୟ କଲଣି    ମୋତେ ସୁଖ  ଭୋଗ ତଡି l

ସମୟ ଗଡ଼ି ଯାଉଛି ସୁଖ ଭୋଗ ଆଶେ 

ମୋ ନିୟତି  ସରିଲାଣି  ଭାଗ୍ୟର   ବିଶ୍ୱାସେ l

କାହା ଜୀବନକୁ ନେଇ ବଂଚାଇବି ଦିନ 

ଧରମ ଛାଡ଼ି ଗଲାଣି  ନାହିଁ   ଆଉ ସ୍ଥାନ l

ସଦା ସର୍ବଦା ତୁମର  ବାସ      ବନ୍ଦୀ ଗୃହେ l

କି କରିବି ପ୍ରାଣ ନାଥ  ଅଛି  ଦୁଃଖ  ଦେହେ l

ନାଳୀ ରକ୍ତରେ ବୋହିଲା  ମହାନଦୀ   ଧାର l

ଶତ୍ରୁକୁ ଶାସନେ    ପ୍ରାଣ ଦଣ୍ଡ   ହେଲା  ସାର l

ରକ୍ତର ଧାର ଧୀରେ ବହିଲା    ନିରନ୍ତର l

ହେଲ ଆତତାୟୀ ତୁମେ   ଯୁଗ ଯୁଗାନ୍ତର l

ଆସ ଆସ ନାଥ  ବସ   ପଲଙ୍କ    ଯେ  ପାରି l

ଜୀବନର ସାକ୍ଷୀ    ତୁମେ  ଚାଲୁଛ କିପରି l



Rate this content
Log in

Similar oriya poem from Horror