ନାଲିରକ୍ତ
ନାଲିରକ୍ତ
ସମସ୍ତେ ଧରିଛନ୍ତି ନିଜ ନିଜର ଦୁଃଖ ର ଝୁଡି,
ଅହଂ ର ଡାଲା ।
ସମସ୍ତେ କହୁଛନ୍ତି ,ମୁଁ ଏକା ଠିକ୍
ଆଉ ସମସ୍ତେ କାଲା ।
ବୋଝ ଭାର ବଢି
ମାଟି ଫଟେଇ ଭେଦିବାକୁ ବସିଲାଣି
ଭାଙ୍ଗିଦେଇ ଧୈଯ୍ଯ ର ତାଲା ।
କିନ୍ତୁ ବାଣ୍ଟି ନବାକୁ
କିଏ ? କାହିଁ ?
ଶ୍ବେତ ଫୁଲର ସନ୍ଧାନରେ
ସବୁଠି ଦିଶୁଛି
ଖାଲି ରକ୍ତ ।
ରଙ୍ଗ ଯାହାର ଲାଲ୍ ନୁହେଁ
ଲାଲ୍ ହବ ବି କେମିତି
ମନ ତଳର ଅରମା ସବୁ ଯେ ଗାଢ କଳା
ସେଇ ଉପରେ ବସିଥିବା' ସେ '
ଲାଲିମା ଭରିଥିଲା ପ୍ରେମ ର ରଙ୍ଗ ଭାବି
କିନ୍ତୁ 'ଏ ' ଏପଟେ ବସିଥିବା ଆମେ
କଲେ କଣ ?
ପାଣି ଫଟେଇଦେଲେ
ଫାଟିଗଲା ସବୁ
ଚିନ୍ତା, ଚେତନା, ଭରସା, ବିଶ୍ବାସ
ସ୍ନେହ,ଶ୍ରଦ୍ଧା ସବୁର
ବିସ୍ତୃତି ।
ଏବେ ପଚାରୁଛେ ନିଜ ନିଜକୁ
ପରସ୍ପର କୁ ଦାୟୀ କରି କରି
କିଏ ? କିଏ କଲା
ଲାଲ୍ ରକ୍ତ କୁ
ପାଣିଚିଆ ।
ଦୋଷୀ ସଜଉଛେ ' ତାକୁ'
ଯାହାର ଆକାର ହି ନାହିଁ
ଯେ ନିର୍ବିକାର,ଅନନ୍ତ ।
ସେପଟକୁ ଥରେ ବିଷି ଆଙ୍ଗୁଳି ଉଠେଇବା ଆଗୁ
ପଚାର, ପଚାର ନା
ତିନି ଥର ନିଜକୁ ?
କିଏ ?