ନାଲି ରକ୍ତ
ନାଲି ରକ୍ତ
ଲୋହିତ ଲୋତକ ଲୋହିତ ରକତ
ଝରୁଥାଏ ଅନ୍ତରାଳେ
ସ୍ବାର୍ଥପର ଏଇ ସଂସାର ବୁଝେନା
ଧ୍ୱସ୍ତ ହୁଏ ଲୋକବଳେ ।
ମିଛ ଦୁନିଆଁରେ ମହୁରୀ ବାଜଇ
ଅନ୍ୟାୟ ଅନୀତି ଦେଖି
ଲେଶେ ମାତ୍ର ଦୟା ଦରିଦ୍ରରେ ନାହିଁ
ଆପଣାକୁ ଭାବେ ସୁଖି ।
ଉଚ୍ଚ ନୀଚ୍ଚ ଭାବ ମନ ମଧ୍ୟେ ରଖି
ଭୂଲି ଯାଅ ରକ୍ତ ଭେଦ
ସ୍ନେହ ମହୌଷଧି ବୋଳି ଦେଇ ଦେଖ
ଲିଭିବ କଟୁକ୍ତି ବାଦ ।
ରଞ୍ଜିତ ଶୋଣିତ ବେନି ଆଖି ଦୁଇ
ଖୋଲି ଦିଏ କ୍ରୋଧ ଦ୍ଵାର
ଅନର୍ଗଳ ବୋଲେ ମନେ ପୀଡା ଦେଇ
ପିନ୍ଧି ଅବିବେକି ହାର ।
ଛୁଞ୍ଚିଗ୍ରେ ମେଦିନୀ ନଦେବା ପାଇଁକି
ସଂଗ୍ରାମକୁ ନିମନ୍ତ୍ରଣ
ପ୍ରିୟ ପରିଜନ ମଥା ଛିନ୍ନ କରି
ହାତେ ବୋଳେ ଲାଲ ବର୍ଣ୍ଣ ।
ଯେବେ ସନ୍ନିହିତ ଲୋଭ ମାୟା ହୁଏ
ଜୀବନଟା ସର୍ବସ୍ବାନ୍ତ
ନାଲି ରଙ୍ଗେ ଲିପ୍ତ ଗୁଢ ମହତ୍ତ୍ଵକୁ
ହୃଦୟର କର ବିତ୍ତ ।
