STORYMIRROR

Durjyodhan Barik

Inspirational

3  

Durjyodhan Barik

Inspirational

ନାଲି ରକ୍ତ

ନାଲି ରକ୍ତ

1 min
211


ଇତିହାସ କହେ କଳିଙ୍ଗ ଯୁଦ୍ଧର

ଅନ୍ତେ ଦେଖି ନାଲି ରକ୍ତ,

ଯୁଦ୍ଧ ବୀଭିଷୀକା ଦେଖିଣ ଅଶୋକ ହୋଇଥିଲେ ମର୍ମାହତ ।

ରଣ ଭୂଇଁ ହେଲା ଶ୍ମଶାନ ପରାୟ

ସୈନ୍ୟ ଭୂପତିତ ହେଲେ,

କଳିଙ୍ଗ ପାଇକ ଦେଶ ପାଇଁ ଲଢି

ବୀର ଗତି ପ୍ରାପ୍ତ କଲେ ।  

ଶତ ଶତ ନାରୀ କ୍ରନ୍ଦନ କରନ୍ତି

ହାରି ତାଙ୍କ ପରିଜନ,

ବନ୍ଧୁ ସ୍ଵାମୀ ପିତା ଜ୍ଞାତି ଅବା ଭ୍ରାତା

ହରାଇ ତାଙ୍କ ସନ୍ତାନ ।


ରାଜ୍ୟ ବଢ଼ାଇବା ଇଚ୍ଛାଟି ତାଙ୍କର

କ୍ଷୀଣ ହୋଇ ଗଲା ତହିଁ,

ଶପଥ କରିଲେ ସେହି ଦିନ ଠାରୁ

ଯୁଦ୍ଧ ସେ କରିବେ ନାହିଁ ।

ସେହି ସମୟରେ ଦେଖି ବୌଦ୍ଧ ଭିକ୍ଷୁ

କରିଲେ ଅନୁସରଣ,

ଶାନ୍ତିର ବାରତା ବଣ୍ଟନ କରିଲେ

ଦେଶ ବିଦେଶରେ ଜାଣ ।


ଯୁଦ୍ଧ ଠାରୁ ଶାନ୍ତି ଅଟେ ଶ୍ରେୟସ୍କର

କର ନାହିଁ ରକ୍ତପାତ,

ମାନବ ଜାତିକୁ ରକ୍ଷା କର ସଦା

ଯୁଦ୍ଧରୁ ହୋଇ ନିବୃତ୍ତ ।      


     


రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational