STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ନାଲି ରକ୍ତ

ନାଲି ରକ୍ତ

1 min
149

ଝରିପଡ଼େ କେବେ ବୁନ୍ଦା ବୁନ୍ଦା ହୋଇ

ବୀର ବକ୍ଷୁ ସୀମା ପରେ,

ଘନ ହିମବର୍ଷା ବାନ୍ଧି ପାରେନାହିଁ

ଗତି ତାର ଧମନୀରେ।


ଝରିଗଲେ ଥରେ ଏ ଦେହକୁ ଛାଡ଼ି

ବିପଦେ ପଡ଼େ ଜୀବନୀ,

ଦାନକଲେ ସାଜେ ଜୀବନ ପୀୟୂଷ

ଭବ ମୃତ ସଂଜୀବନୀ।


ସଞ୍ଚରି ଯାଏ ସେ କୋଣେ ଅନୁକୋଣେ

ପ୍ରତି କୋଷେ ଭରେ ପ୍ରାଣ,

ପ୍ରାଣୀ ମାତ୍ରେ ସେହି ଲୋହିତ ଧାରାରେ

ବୁଣେ ଜୀବନ ବିହନ।


ଯେତେଦିନ ଯାଏ ରୁଧିର ସରିତା

ବହୁଥିବ ଏ ଶରୀରେ,

ସେତେଦିନ ଯାଏ ପ୍ରାଣର ପ୍ରଦୀପ

ଜଳୁଥିବ ଆନନ୍ଦରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract