STORYMIRROR

Madhabi Patel

Inspirational

3  

Madhabi Patel

Inspirational

ନାଲି ରକ୍ତ

ନାଲି ରକ୍ତ

1 min
196


କଳା ଅବା ଗୋରା ଭିନ୍ନ ଜାତିଧର୍ମ

ଯେବେ ହୁଏ କିଛି କ୍ଷତ।

ଧାରଧାର ହେଇ ଦେହରୁ ଝରଇ

ସଭିଙ୍କର ନାଲି ରକ୍ତ।

କ୍ଷତର ରୁଧିର ଯନ୍ତ୍ରଣା କାତର

ସଭିଙ୍କର ଏକାପରି।

ପାର୍ଥକ୍ୟ କାହିଁକି ଆମରି ଭିତରେ

କଷ୍ଟଯେବେ ଏକାପରି।

ଗୋଟିଏ ଜନନୀ କୋଳରେ ରହିଛୁ

ଖାଉଛୁ ପିଉଛୁ ସଙ୍ଗେ।

ତାହାରି ସମୀର ଅନ୍ନ ଜଳ ମିଶି

ବହୁଅଛି ଆମ ଅଙ୍ଗେ।

ଆମ ନାଲିରକ୍ତ ବହିଯାଏ ଯେବେ

ସେ ମାଆର ରକ୍ଷା ପାଇଁ।

ସେ ରକ୍ତ ଭିତରୁ ଜାତିର ପାର୍ଥକ୍ୟ

ବାରି କି ପାରିବ କେହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational