ନାହିଁ ସେହି ଗୁରୁକୁଳ
ନାହିଁ ସେହି ଗୁରୁକୁଳ
ନାହିଁ ସେ ବକୁଳ ବନ ନାହିଁ ସେହି ଗୁରୁକୁଳ
ନାହିଁ ତ ସେହି ଆଶ୍ରମ ନାହିଁ ସେ ପର୍ଣ୍ଣ କୁଟୀର l
ବିଦ୍ୟା ଯାର ଏକଲକ୍ଷ୍ୟ ନାମ ତାର ଏକଲବ୍ୟ
ଗୁରୁଙ୍କୁ ସ୍ମରଣ କରି ଗଢ଼ିଥିଲେ ଭବିତବ୍ୟ l
ନାହାନ୍ତି ସେ ଦ୍ରୋଣାଚାର୍ଯ୍ୟ ଗୁରୁଭକ୍ତ ଏକଲବ୍ୟ
ଗୁରୁ ଦକ୍ଷିଣାରେ ଦାନ ବୃଦ୍ଧାଙ୍ଗୁଳି କଲେ ତ୍ୟାଗ l
ନାହିଁ ସେ ଆରୁଣୀ ଆଉ ପିତୃଭକ୍ତ ପ୍ରହଲ୍ଲାଦ
ଠିଆ ଆଜି ଗୁରୁକୁଳ ନିର୍ଜୀଵ ମାଙ୍କଡ଼ାର ସୌଧ l
ଗୁରୁକୁଳ ଶିକ୍ଷା ଥିଲା ଧନୁର୍ବିଦ୍ୟା ମଲଯୁଦ୍ଧ୍ୟ
ବେଦ ପୁରାଣ ରାଜନୀତି ସତସଙ୍ଗ ସତପଥ l
ଆଜି ଶିକ୍ଷା ଅନୁଷ୍ଠାନେ ବିଜ୍ଞାନର ଶ୍ରେଷ୍ଠତ୍ତ୍ୱ
ରାଜନୀତି, ଅର୍ଥନୀତି, କୂଟନୀତି ବିଶେଷତ୍ୱ l
ପାଶ୍ଚାତ ସାହିତ୍ୟ ଆଧୁନିକତାର ହୁଏ ପ୍ରଚଳନ
ଅର୍ଥ ପିପାସୁରେ ଭରି ଯାଏ ସବୁରି ଜୀବନ l
ମାନବିକ ମୂଲ୍ୟବୋଧ ନାହିଁ ଯେଉଁ ଶିକ୍ଷାରେ
ସମାଜର ଅଧୋଗତି ହୁଏ ଧୀରେ ଧୀରେ ।
ଶତ ଗୁରୁ ପ୍ରଚେଷ୍ଟାରେ ହେବନି ବିକାଶ
ଶିକ୍ଷା ପ୍ରଣାଳୀରେ ଯଦି ନ ଲାଗେ ଅଙ୍କୁଶ l