ନାହିଁ କି ସମସ୍ୟା ହଜାର ହଜାର
ନାହିଁ କି ସମସ୍ୟା ହଜାର ହଜାର
ଧନ୍ୟ ଆଜିକାର ନେତା, ଧନ୍ୟ ତୁମର ନୀତି
କଣ୍ଢେଇ ଦେଖେଇ ଭଣ୍ଡେଇବା
ଭୋଟର ହୃଦୟ ତ ଦେଲା, ଦିଶୁନି କାହିଁକି
ତାହାର ଆଖି ଓଦା ହେବା ।
ଧନ୍ୟ ଆଜିକାର ନେତା, ଧନ୍ୟ ତୁମର ଏ କି
ରାଜପଦ ନିଶା
ସାମ୍ପ୍ରଦାୟିକ ଖେଳ ଖେଳୁଅଛ, ଆହା ଏ କି
ଭୋଟର ନିଶା ।
ହାୟ ରାଜନୀତି, ବୁଝୁ ନାହାଁନ୍ତି ଖଟିଖିଆ
ଦୁଃଖ ହୃଦୟର କଥା,
ବଡ଼ ମାୟାପୂର୍ଣ୍ଣ ଭାବ, ଇଲେକ୍ସନ ବେଳେ
ବାନ୍ଧନ୍ତି ସମ୍ପର୍କ ବ୍ୟଥା।
ହାୟ ରାଜନୀତି, ଆମେ ମାଗଣା ମଦ ମାଂସେ
ସବୁ କିଛି ଯାଉ ଭୁଲି,
କିଛି ନବୁଝି ଚେଲା ଚାମୁଣ୍ଡା ହୋଇ ପ୍ରଚାର କରୁ
ଅଛେ ବୁଲି ବୁଲି ।
ବଡ ବଡ ପୁଂଜିପତି ଲୁଟିଖାଇ ସବୁ ଆମ ଦେଶକୁ
କରୁଛନ୍ତି ଖୋଳ
ଚାମଚା ମାନେ ଅନ୍ୟ ଦେଶକୁ ଚାଲି ଯାଇ ଟଙ୍କା
ବାଣ୍ଟୁଛନ୍ତି ଭୋଟ୍ ବେଳ ।
ବେକାରୀ, ଦରଦାମ ବୃଦ୍ଧି, ନାରୀ ନିର୍ଯ୍ୟାତନା ସବୁ
ଏଠାରେ ସମସ୍ୟା ହଜାର ହଜାର
ଅସନ୍ତୋଷ ଏଠି ଆମର ନାହିଁକି, ଲାଗିଅଛେ ଆମେ
ଧରମ ମନ୍ଦିର ପ୍ରଚାର ଭିତର ।
ମନେ ରଖ ତୁମ ଅଜଗରୀ ଆଶ୍ଳେଷରେ, ନରହିବ
ସମୟ ଦୀର୍ଘ ନିଃଶ୍ୱାସ ଛାଡିବାକୁ
ବେଳ ରହିବନି ଆଗ ଭଳି ତୁମର କୋଳରେ ଶୋଇ
ଶୋଇ ଦିବା ସ୍ବପ୍ନ ଦେଖିବାକୁ ।
