STORYMIRROR

Kunja Bihari Dalai

Inspirational

3  

Kunja Bihari Dalai

Inspirational

ନ'କହନ୍ତୁ କେହି ବାଃ ବାଃ

ନ'କହନ୍ତୁ କେହି ବାଃ ବାଃ

1 min
936


ଗାଆଁ ମଝିଟାରେ  ଲାଗିଅଛି ନିଆଁ

     ଏଘରୁ ସେ ଘର ଜଳେ,

ନିଆଁ ପରେ ଲୋକେ  କଳସୀରେ ପାଣି

     ବାଲତିରେ କିଏ ଢାଳେ।


ଗଛପରେ ବସି  ଛୋଟ ଚଢେଇଟି

     ଦେଖୁଥାଏ ଏହି ଦୃଶ୍ୟ,

ଭାବିଲା ମନରେ  ବିପଦେ ସାହାଯ୍ୟ

     କରି ପାରିବି ଅବଶ୍ୟ।


ଥଣ୍ଟେ ଦୁଇ ବୁନ୍ଦା  ପାଣି ବୋହି ଆଣି

     ପକାଉ ଥାଏ ନିଆଁରେ,

କାକଟିଏ ବସି  ମନୋରମ ଦୃଶ୍ୟ

     ଦେଖୁଥିଲା ବୃକ୍ଷୋପରେ।


ତାଚ୍ଛଲ୍ୟରେ କୁଆ  କହେ ମୁର୍ଖ ପକ୍ଷୀ

     ଦଶ ବର୍ଷ କଲେ ଚେଷ୍ଟା,

ଭାବିଛୁ ନିଆଁକୁ  ଆୟତ୍ତ କରିବୁ

     ସତେ ତୁ କେଡେ ବୋକାଟା ?


ତୋ ସାହାଯ୍ୟ କେହି  ମନେରଖିବେନି

     ପ୍ରସଂଶା ତ ଦୂର କଥା,

ଉପକାର ମୂଲ୍ୟ  ଦିଏନି ମଣିଷ

     ବୁଝି ବେନି କଷ୍ଟ ବ୍ୟଥା।


ବିନମ୍ରତା ସହ  କହେ ଛୋଟ ଦ୍ଵିଜ

     ଏକଥା ନିଶ୍ଚୟ ସତ,

କୋଡିଏ ବରଷ  ଚେଷ୍ଟା କଲେ ମୁହିଁ

     ହେବନି ଅଗ୍ନି ଆୟତ୍ତ।


ଏହି କର୍ମ ଦ୍ଵାରା  ଶାନ୍ତି ତ ପାଇବି

     କା'ବିପଦେ ହେଲି ସାହା,

ଲୋଡା ନାହିଁ ମୋର  ଯଶୋଗାନ ଖ୍ୟାତି 

     ନ'କହନ୍ତୁ କେହି ବାଃ ବାଃ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational