ମୂଷାର ଉପକାର
ମୂଷାର ଉପକାର
କୋଠା ଘରେ ଯାଇ ପଶିକି ରହିଲା ଗୋଟିଏ ମୂଷା
ଭଲରେ ଖାଇକି ରହିଲା ଆରାମେ ନାହିଁ ତା ବସା।୧
ଛାତ ଘରଟାରେ ସିଏ ବା କେଉଁଠି କରିବ ଘର
ତେଣୁ ସେ ଖାଇକି ରହିଥାଏ ଆହା ଖୁସି ମନର।୨
ମୂଷା ଧୀରେଧୀରେ ନିଜର ପ୍ରକୃତି କରି ବସିଲା
ଲୁଗାପଟା କାଟି କୋଳଥ ମାଣ୍ଡିଆ ଧାନ ଖାଇଲା।୩
ପରିବାର ଲୋକେ ଏହାର ଉତ୍ପାତ ଦେଖି ରାଗରେ
ମାରି ଦେବାପାଇଁ ପାଞ୍ଚିଲେ ଯୋଜନା ମନ ମନ୍ଦିରେ।୪
ବୁଝିଲା ମୂଷାଟା ନିଜର ଜୀବନେ କଲା କୁକର୍ମ
ଆଖିର ଲୁହକୁ ପିଇକି ଭାବିଲା କରିବ ଧର୍ମ।୫
ସମୟ ସୁଯୋଗେ ଅନେଇ ବସିଲା ମାଲିକ ପାଇଁ
କେମିତି ସଭିଙ୍କୁ ଉପକାର କରି ପାରିବି ମୁହିଁ।୬
ଦିନେ ଆସିଗଲା ଘର ପରିବାର ପାଇଁ ଦୁଃର୍ଯ୍ଯୋଗ
ଭୂମିକମ୍ପ ହେବ ଜାଣିଲା ମୂଷାଟି ଏହା ସୁଯୋଗ।୭
ଅଳପ ସମୟ ଭିତରେ ଭୂକମ୍ପ ହେବା ପୂର୍ବରୁ
ମୂଷାଟି ଜାଣିକି ଅଧା
ନିଦବେଳେ ପଡେ଼ ଉପରୁ।୮
ମୂଷା ପଡି଼ବାରୁ ମାଲିକ ଉଠିକି ଭୟେ ବାହାରେ
ଠିଆ ହେବାକ୍ଷଣି ଶୁଣିଲା ଲୋକଙ୍କ ଶଙ୍ଖ ଘଣ୍ଟାରେ।୯
ଏହି ଶଦ୍ଦ ଶୁଣି ଘର ପରିବାର ଉଠାଇ ଆଣି
ବାହାରେ ଯେମିତି ଠିଆ କରେଇଛି ଭୂକମ୍ପ ଠାଣି।୧୦
ଦୁଇ ମହଲା ସେ କୋଠାଟା ଭୂତଳେ ପଡି଼ଲା ଯେବେ
ଆଖିର ଲୁହରେ ଭିଜିକି ମାଲିକି କୃତାର୍ଥ ଭବେ।୧୧
କୋଟିଏ ପ୍ରଣାମ ଆଉ ଧନ୍ଯବାଦ ମୂଷାକୁ ଦେଇ
ମୂଷା ବି ଦୂରରେ ଅନୁତାପ କରି ଲୁହ ଝରାଇ।୧୨
ମୂଷା ଆଜିକାଲି ସେ ଘରେ ରହୁନି ଯାଇଛି ଦୂର
ଧର୍ମ ଓ କର୍ମରେ ଲାଗି ପଡି଼ଅଛି ନ କରି ଘର।୧୩
ମୂଷା ବି କାହାର ସାହାଯ୍ଯର ହାତ ବଢା଼ଇ ପାରେ
ଯେମିତି ଗୋଟିଏ ପରିବାର ବଞ୍ଚି ଗଲା ଖୁସିରେ।୧୪
ଏଣୁ ହେ ସମାଜ ଏହି ଦୁନିଆରେ ନୁହେଁ କେ'ନୀଚ୍ଚ
ମନରେ ନ ରଖି ସଭିଙ୍କୁ ସର୍ବଦା ଭାବିବା ଉଚ୍ଚ।୧୫