Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lunar Das

Tragedy

4  

Lunar Das

Tragedy

ମୂଲ୍ୟବୋଧ

ମୂଲ୍ୟବୋଧ

1 min
271



ଆଜି ବି କିଛି ତାରା ଦେଖନ୍ତି ମତେ

ଆଜି ବି କିଛି ତାରାଙ୍କ ସହ

ସବୁଦିନ ବାର୍ତ୍ତାଳାପ ମୋର

କ୍ଷୋଭରେ ନୁହେଁ ପ୍ରେମରେ

ଅନ୍ତରୀକ୍ଷ ତଳେ ନିଜକୁ ହଜାଇବାର ପ୍ରୟାସରେ।


ମୁଁ ବସେ ସବୁଦିନ

ସେଇ ମହାକାଶ ତଳେ

କଲ୍ଲୋଳିନୀ ତୀରରେ

ନିଃଶ୍ୱନ ପ୍ରହରେ

ଯେଉଁଠି କାଶତଣ୍ଡୀ ଫୁଲ ଧବ ଫରଫର ଦିଶେ ।


କଳ୍ପକର ନିଃସୃତ ପ୍ରହରେ

ପ୍ରେମାଶ୍ରୁରେ ଭିଜା

ସ୍ମୃତି କ୍ଷଣ କିଛି

ଅନୁରାଗେ ମିଶାମିଶି

ସଂଲଗ୍ନ ବେଳାରେ

ସମୟର ତାଳେ ତାଳେ

ଧୈର୍ଯ୍ୟଟିଏ ସାଜିଛି ପ୍ରସ୍ତର।


ଜୀବନର ମୂଲ୍ୟବୋଧ ମିଳେ

ଏକାତ୍ମାର ରାଜ୍ୟେ

ସେ ଭାରାର୍ପିତ ଠିକଣାର ନାମ

କେ କହିବା ପାରେ ।


ଦେଖିଛି ନିରେଖି 

ପ୍ରେମାନୁରାଗରେ ବନ୍ଧା

ନଦୀ ତଟ ଆଜି

କୁସୁମିତ ପଲ୍ଲବୀତ ଆଜି 

କାଶତଣ୍ଡୀର ମୋହରେ।

ଶରତର ପୂର୍ଣ୍ଣିମା ତିଥିରେ

ଜହ୍ନଟିଏ ହସିଦିଏ

ଅତି ଆପଣାପଣରେ

ଜୀବନଟିଏ ଖୋଜି ବୁଲେ

ମୁକ୍ତିର ପଥ

ଯେଉଁଠି ଅନୁରାଗରେ ବନ୍ଧା 

ତାରାଟିଏ ନିତି ମୋତେ ଦେଖୁଥାଏ।



Rate this content
Log in

Similar oriya poem from Tragedy