STORYMIRROR

Debabrata Mishra

Abstract Action

4  

Debabrata Mishra

Abstract Action

ମୂକର ଗର୍ଜନ

ମୂକର ଗର୍ଜନ

1 min
404


ପତ୍ର ହଲିବନି ଧୂଳି ଉଡ଼ିବନି 

ହେବନି ଶବ୍ଦର ତିଳେମାତ୍ର ପ୍ରଦୂଷଣ

ନଥିବ ଗହଳି ଅବା କୋଳାହଳ

ଭୂମି ସ୍ଥିର ଥିବ ତୁମ ପାଦ ହେବ ଟଳମଳ, 

ପ୍ରସ୍ତୁତ ହୁଅ ହେ ନିଜ ରକ୍ଷା ପାଇଁ

ତୁମ ବନ୍ଧୁକରେ ଆଉ ଜମା ଗୁଳି ନାହିଁ

ଭୋକରେ ସାହସ ଶକତି ବଢଇ

ଆମ ଭୋକ ପାଇଁ ତୁମେ ହିଁ ତ ଦାୟୀ, 

ଆଉ ଶୁଣିବୁନି ତୁମର ଭାଷଣ

ତୁମ ମୂକମାନେ ଏବେ କରିବେ ଗର୍ଜନ ।


ତୁମର ଓଜନ କମିକମି ଯିବ

ଦେଖ ନିକିତି ତୁମକୁ ଦେଖିକି ହସିବ

ଧରମ ନିକିତି ଆମକୁ ଧରିବ

ଅଧର୍ମ ଅନୀତି ଅନ୍ୟାୟ ନାଶିବ, 

ନା ଥିବ ବରଷା ଅବା ବନ୍ୟା ପାଣି

ବୁଡ଼ିଯିବ ତୁମେ ନିଜ ପରିସ୍ଥିତି ଜାଣି, 

ପିମ୍ପୁଡ଼ିର ଭୟ ହେଲାଣି ଯେ ଦୂର

ଆଉ ସହିବନି ସେ ଗଜରାଜ ଅତ୍ୟାଚାର, 

ମାଟିକୁ ଛୁଇଁ ଶପଥ କରିଛି କେତେମନ

ତୁମ ନିଦ ଭାଙ୍ଗିଦେବ ମୂକର ବିରାଟ ଗର୍ଜନ । 



రచనకు రేటింగ్ ఇవ్వండి
లాగిన్

Similar oriya poem from Abstract