ଜନ୍ମ ରୁ ମରଣ ମୁଠେ ମାଟି
ମାଟି ମାଆ କୁ ଚିହ୍ନି ଗୋଟି
ବଢିଲେ ଆଗକୁ ନପଡ଼ି ଲୋଟି
ଗଛ ପରି ବଢ଼ି ଶିଖରେ ଉଠି
ବାତ୍ୟା ବନ୍ୟା ଭୟ ନାହିଁଟି
ଫୁଲ ଫଳରେ ଗଛ ଲୋଟି
ଚେର ଅଦୃଶ୍ୟରେ ମାଟିରୁ ଫାଟି
ମାଟିମାଆକୁ ଜାବୁଡି ନରଖି ତ୍ରୁଟି
ସେଥିପାଇଁ ସଳଖି ଦେଖେ ଗୋଟି
ଯାହା ଚେର ମୁଠାଇ ନଥାଏ ମାଟି
ଉପୁଡ଼େ ଡ଼ାଳ ଓ ମୂଳ ଛାଟି
ବୋଲାଇ ଛୋଟି ଗଛ ପଡେ ଲେଉଟି
ମୁଠାଏ ମାଟି ଧରେ ସାଉଁଟି
କେହି ଚିହ୍ନେ ନାହିଁ କୃଷକ ଚିହ୍ନିଥାଏଟି
ମାଟି ଆମ ମାଆ ଜନ୍ମଦାତ୍ରୀ ପରି ଗୋଟି
ମାଆ ଓ ମାଟି ପୁଣି ମାତୃଭାଷା ମୁଣ୍ଡିଆ ଲୋଟି
ପ୍ରଣତି ଜଣାଉ ସଭିଏଁ ଗୋଟି ଗୋଟି
ମାଟିକୁ ମାଠି ମୁଠି ବଞ୍ଚିଛେ ଏଠି
ଏକଥା ଭୁଲିଲେ ବିନ୍ଧିବ ଗୋଇଠି
ପ୍ରଣାମ ମାଆକୁ ପ୍ରଣାମ ମାଟି
ଜୀବନ ଜୀବିକା ମାଟିରେ ଭାଟି
ମାଟିମାଆକୁ ପ୍ରଣାମ କୋଟି
ଜୀବନ ଫୁଲ ଫୁଟି ମାଟିରୁ ଉଠି
ପଡିବ ଝାଉଁଳି ନଥିଲେ ମୁଠାଏ ମାଟି