ମୁଠାଏ ଶୁନ୍ୟତା
ମୁଠାଏ ଶୁନ୍ୟତା
ଗୋଟେ ଯୁଗର ବ୍ୟବଧାନ ପରେ
ଅଚାନକ ତୁମର ଡାକରା
ଦେଖାହେବାକୁ ଥିଲା ସନ୍ଦେଶ
ଥରୁଟିଏ ଦେଖାହେବ ପାଇଁ ଥିଲା ତୁମ ଅନୁରୋଧ
ଲାଭ କ୍ଷତିର ହିସାବ କରିବାକୁ ଥିଲା ବୋଧେ
ତୁମ ଦେଖା ହେବାର ଅସଲ ଉଦ୍ଦେଶ୍ୟ
କେମିତି କେଉଁଠି ଭୁଲ ରହିଯାଇଥିଲା
ମାଗି ଗୋଟେ ପରେ ଗୋଟେ ଚାଲିଥିଲ ତାର ହିସାବ
ଅକସ୍ମାତ ତୁମ ଡ଼ାକରାରେ
ମୁଁ ବି ହିସାବ ନିକାଶ ନେଇ ଆସିବା ଭୁଲିଯାଇଥିଲି
ଅତୀତର ସେଇ ଲୋଚାକୋଚା ହେଇ ରହିଥିବା
ପୃଷ୍ଠା ଗୁଡିକୁ ଓଲଟାଇବା ପାଇଁ
ପାରିଲିନି ଦେଇ ତୁମ ପ୍ରଶ୍ନର ଉତ୍ତର
ଦୀର୍ଘ ଦିନର ବ୍ୟବଧାନ ପରେ ସାକ୍ଷାତ
ଯେତିକି ଖୁସି ହେବାକଥା ହେଇପାଇଲିନି
କାରଣ ତୁମର ଅସୁମାରୀ ଅକୁହା କଥା ଓ ମନର ବ୍ୟଥା ଶୁଣି
ଏବେ କିନ୍ତୁ, ତୁମକୁ ସଜାଗ ହେବାକୁ ପଡିବ
ଫାଇଲିନ ହେଉ କି ଫନୀ ପରି ଭୟାନକ ବାତ୍ୟାର ସାମନା କରିବାକୁ ।
