STORYMIRROR

Rabindra Kumar Biswal

Tragedy

3  

Rabindra Kumar Biswal

Tragedy

ମୁଠାଏ ଶୁନ୍ୟତା

ମୁଠାଏ ଶୁନ୍ୟତା

1 min
186

ଗୋଟେ ଯୁଗର ବ୍ୟବଧାନ ପରେ

ଅଚାନକ ତୁମର ଡାକରା

ଦେଖାହେବାକୁ ଥିଲା ସନ୍ଦେଶ

ଥରୁଟିଏ ଦେଖାହେବ ପାଇଁ ଥିଲା ତୁମ ଅନୁରୋଧ

ଲାଭ କ୍ଷତିର ହିସାବ କରିବାକୁ ଥିଲା ବୋଧେ

ତୁମ ଦେଖା ହେବାର ଅସଲ ଉଦ୍ଦେଶ୍ୟ

କେମିତି କେଉଁଠି ଭୁଲ ରହିଯାଇଥିଲା

ମାଗି ଗୋଟେ ପରେ ଗୋଟେ ଚାଲିଥିଲ ତାର ହିସାବ

ଅକସ୍ମାତ ତୁମ ଡ଼ାକରାରେ

ମୁଁ ବି ହିସାବ ନିକାଶ ନେଇ ଆସିବା ଭୁଲିଯାଇଥିଲି

ଅତୀତର ସେଇ ଲୋଚାକୋଚା ହେଇ ରହିଥିବା

ପୃଷ୍ଠା ଗୁଡିକୁ ଓଲଟାଇବା ପାଇଁ

ପାରିଲିନି ଦେଇ ତୁମ ପ୍ରଶ୍ନର ଉତ୍ତର

ଦୀର୍ଘ ଦିନର ବ୍ୟବଧାନ ପରେ ସାକ୍ଷାତ

ଯେତିକି ଖୁସି ହେବାକଥା ହେଇପାଇଲିନି

କାରଣ ତୁମର ଅସୁମାରୀ ଅକୁହା କଥା ଓ ମନର ବ୍ୟଥା ଶୁଣି

ଏବେ କିନ୍ତୁ, ତୁମକୁ ସଜାଗ ହେବାକୁ ପଡିବ

ଫାଇଲିନ ହେଉ କି ଫନୀ ପରି ଭୟାନକ ବାତ୍ୟାର ସାମନା କରିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy