STORYMIRROR

Er.Sasanka Sekhar Panda

Abstract

2  

Er.Sasanka Sekhar Panda

Abstract

ମୁଠାଏ ମାଟି

ମୁଠାଏ ମାଟି

1 min
318

ମୁଠାଏ ମାଟିକୁ ଗୋଟାଇ ଆଣିଲେ

ମମତା ପଡ଼ୁଛି ଝରି

ସେନେହଁରେ ବୋଳା ମଧୁ ସୁବାସିତ 

କ୍ଲାନ୍ତି ନେଉଛି ହରି, 

ଛିଣ୍ଡା ମସିଣାରେ ଛିଣ୍ଡା କନ୍ଥା ପରେ 

କେତେ ଯେ ଜୀବନ ଗଢ଼ା

ମାଟି ଚାଳ ଘରେ କି ଥିଲା ଆଦର  

ସତେକି ଦେଉଳ ବେଢ଼ା, 

ଏନ୍ତୁଡ଼ି ଶାଳରୁ କୁଆଁ କୁଆଁ ରାବ 

କାଇଁ ଯାଏ ଅପସରି

ଏ ମାଟି ବୁକୁରେ କେତେ ବୀରମାନ 

ସ୍ୱାର୍ଥର ଆହୂତି ଜାଳି

ଦେଶର ସମ୍ମାନ ରଖିବା ଆଶାରେ 

ଖାଇଛନ୍ତି କେବେ ଗୁଳି, 

ମଶାଣି ଭୁଇଁରେ ଜୁଇର ନିଆଁରୁ

ଜାତି ପ୍ରେମ ଆସେ ଫେରି

କୁଢ଼ କୁଢ଼ ଶବ ଇତିହାସ ବକ୍ଷେ 

ଶୋଇଛି ଅମର ହୋଇ

ରକତରେ ଭିଜା ମାଟି ମା' ପଣତ

ଢାଙ୍କିଛି ଗୋଟେଇ ନେଇ, 

ଆଖି ଧାର ଲୁହ ସାଗରେ ମିଶିଛି

କୋମଳ ହୃଦୟ ଚିରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract