ମୁଠାଏ ମାଟି
ମୁଠାଏ ମାଟି
ମୁଠାଏ ମାଟିକୁ ଗୋଟାଇ ଆଣିଲେ
ମମତା ପଡ଼ୁଛି ଝରି
ସେନେହଁରେ ବୋଳା ମଧୁ ସୁବାସିତ
କ୍ଲାନ୍ତି ନେଉଛି ହରି,
ଛିଣ୍ଡା ମସିଣାରେ ଛିଣ୍ଡା କନ୍ଥା ପରେ
କେତେ ଯେ ଜୀବନ ଗଢ଼ା
ମାଟି ଚାଳ ଘରେ କି ଥିଲା ଆଦର
ସତେକି ଦେଉଳ ବେଢ଼ା,
ଏନ୍ତୁଡ଼ି ଶାଳରୁ କୁଆଁ କୁଆଁ ରାବ
କାଇଁ ଯାଏ ଅପସରି
ଏ ମାଟି ବୁକୁରେ କେତେ ବୀରମାନ
ସ୍ୱାର୍ଥର ଆହୂତି ଜାଳି
ଦେଶର ସମ୍ମାନ ରଖିବା ଆଶାରେ
ଖାଇଛନ୍ତି କେବେ ଗୁଳି,
ମଶାଣି ଭୁଇଁରେ ଜୁଇର ନିଆଁରୁ
ଜାତି ପ୍ରେମ ଆସେ ଫେରି
କୁଢ଼ କୁଢ଼ ଶବ ଇତିହାସ ବକ୍ଷେ
ଶୋଇଛି ଅମର ହୋଇ
ରକତରେ ଭିଜା ମାଟି ମା' ପଣତ
ଢାଙ୍କିଛି ଗୋଟେଇ ନେଇ,
ଆଖି ଧାର ଲୁହ ସାଗରେ ମିଶିଛି
କୋମଳ ହୃଦୟ ଚିରି
