ମୁଠାଏ ଭାତର ଇତିବୃତ୍ତି
ମୁଠାଏ ଭାତର ଇତିବୃତ୍ତି
କବିତା - ମୁଠାଏ ଭାତର ଇତିବୃତ୍ତି
ରଚନା - ପଞ୍ଚାନନ ଜେନା
ତାରିଖ -୦୮-୧୨-୨୦୨୫
++++++++++++++++++
ମୁଠାଏ ଭାତ ପାଇଁ
ତିନି ବେଳା ପେଟ ଭର୍ତ୍ତି ଭୋଜନ ପାଇଁ
ଆରମ୍ଭି ଥାଏ ସବୁ ପ୍ରକାର ଅନର୍ଥ
ପାପି ପେଟ ପାଇଁ
ଘର ପରିବାର ପାଇଁ
ଗରମ ତବତ ଯୋଗାଡ଼ କରୁ କରୁ
ସରିଯାଏ ସବୁ ଆୟୁଷର ଅର୍ଥ
କହିବାର ଅଛି
ମୁଠାଏ ଭାତ ପାଇଁ
ପାଠରେ ଡୋରୀ ବାନ୍ଧେ
କୂଳ ପ୍ରଦୀପ ଦାଦନ ସାଜେ
ମୁଠାଏ ଭାତ ପାଇଁ
କଅଁଳ ବୟସ ଅଣ୍ଟା ସଳଖେ
ସିମେଣ୍ଟ ଶ୍ରମିକ ଦିନ ମଜୁରିଆ ଲାଗେ
ମୁଠାଏ ଭାତ ପାଇଁ
ଚୋରି କରିବାକୁ ବାଧ୍ୟ ବାଧକତା
ହତ୍ୟା ଲୁଣ୍ଠନ କରିବାକୁ ବ୍ୟସ୍ତତା ବ୍ୟାକୁଳତା
ମୁଠାଏ ଭାତ ପାଇଁ
ମାଟିର ଛାତି ଫଟାଏ ଅଳପେ
ଲଙ୍ଗଳ ମୂନରେ କୋଦାଳ ଅଗରେ ସଳପେ
ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନା ଫଳାଏ
ମୁଠାଏ ଭାତ ପାଇଁ
ବୋଉ ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିଥାଏ
ଆଉ ସେହି ଗୋଟିଏ ଚାଉଳର
ଅସରନ୍ତି କାହାଣୀ କହୁଥାଏ
ମାଟି ମା' ବଂଚିରହୁ
ମାଟି ମା' ବଂଚିଲେ ଧାନ କଠାଏ ଫଳିବ
ମାଟି ମା' ହସିଲେ ମୁଠାଏ ଭାତ ମିଳିବ
ମାଟି ମା' ଚାହିଁଲେ ମଣିଷ ଜାତି ବଂଚିବ
ମାଟି ମା' ମୁରୁକିଲେ ଦେଶ ବିଶ୍ଵ ହସି ଉଠିବ
ମୁଠାଏ ଭାତର ଆର୍ତ୍ତ ଚିତ୍କାର
ହା ଅନ୍ନ ହା ଅନ୍ନ ପାଇଁ ହାହାକାର
ପାଞ୍ଚ କେଜି ଚାଉଳ ମାଗଣାରେ ଦେଇ
ସରକାର ହାତ ସଫା କରିଦେଇ ମାରୁଛି ଫୁତ୍କାର
ମୁଁହ ଫୁଟାଣି ମାରିଲେ
ମିଳିବ କି ମୁଠାଏ ଭାତ ?
ବରଂ ପାଞ୍ଚବର୍ଷ ପରେ
ଦରିଦ୍ର ନାରାୟଣ
ମାରି ପାରିବେ
ପଛ ଗୋଡିଆ ଭୋଟର ନାତ |
